STORYMIRROR

BANITA SAHU

Abstract Children Stories Inspirational

3  

BANITA SAHU

Abstract Children Stories Inspirational

ପିଲାବେଳ ସ୍ମୃତି

ପିଲାବେଳ ସ୍ମୃତି

1 min
195

ପିଲାବେଳ ସ୍ମୃତି ଭାରିମଧୁର

ଭୁଲିହୁଏନା ଲାଗେ ଭାରି ନିଜର

ଦାଣ୍ଡେ ଖେଳୁଥାଉ ବାଟି କବାଡି

ସାଙ୍ଗ ସାଥୀମେଳେ ଖେଳୁ ଲାଠି ବାଡ଼ି

ମା ' ଡାକୁଥାଏ ଖାଇବାକୁ ହାତ ଧରି

ଖାଇ ପୁଣି ଚାଲିଯାଉ ଖେଳୁ ଆମ୍ଭେ ଚକାଭଉଁରୀ

ବର୍ଷା ଦିନରେ କାଗଜ ଡ଼ଙ୍ଗା ଭସାଇ

ଗାଁ ଦାଣ୍ଡରେ ଖେଳୁଥିଲୁ କେତେ ଖେଳ?

ମନ ଆଜି ଭାବି ଭାବି ହୁଅଇ ବ୍ୟାକୁଳ

ଫେରିଆସନ୍ତାକି ସେହି ପିଲାଦିନ ମୁହୂର୍ତ୍ତ

ଝୁରେ ମୁଁ ଆଜି ସେହି ପ୍ରତିଟି ମୁହୂର୍ତ୍ତ

ଚଗଲାମିରେ ନଥାଏ ସୀମା

ମୋ ଚଲାପଥେ ହାତ ଧରି ଚଲାନ୍ତି ମୋ ମା

ଆହାଃ କି ମଧୁର ଜେଜଙ୍କ କାହାଣୀ ଗଳ୍ପ

କାନ ଡେରି ଶୁଣୁ ଆମ୍ଭେ କାହାଣୀ ଗଳ୍ପ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract