STORYMIRROR

shmitaa mohanty

Romance

3  

shmitaa mohanty

Romance

ମୋ ସ୍ବାମୀଙ୍କର ମନ ବହୁତ ଦୁଃଖ

ମୋ ସ୍ବାମୀଙ୍କର ମନ ବହୁତ ଦୁଃଖ

2 mins
236

ମୋ ସ୍ଵାମୀଙ୍କର ମନ ବହୁତ ଦୁଃଖ

କାରଣ,ମୁଁ ଏବେ ତାଙ୍କ ଠାରୁ ଦୁରରେ

ସେ ମନ ଖୋଲା କଥା ହେବାକୁ ଚାହିଁଲେ ,

ମୁଁ ନ ଥାଏ ପାଖରେ, ଆମ ଭୁଲ ବୁଝାମଣା, ବାହ୍ୟ ଲୋକଙ୍କ ହସ୍ତକ୍ଷେପ ଆମ ସ୍ଵପ୍ନକୁ କଲା ଧୂଳିସାତ୍,

ପ୍ରାୟ ୧୧ବର୍ଷ ହେଲା ଆମେ ଦୁହେଁ ଅଲଗା ରହିଛୁ

ଆମ ଭିତରେ କିଛି ଝଗଡା ହୋଇନି

ସେ କେବେ ପଦେ ମୋତେ ରାଗିକି କହି ନାହାଁନ୍ତି,

ତଥାପି,ଜାଣେନା ଭଗବାନ ଏମିତି କାହିଁକି କଲେ

ଆମେ ଏବେ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ସଦୃଶ

ଜୀବନଟା ଆମର ରେଳ ଲାଇନ ପରି ସମାନ୍ତରାଳ

ନଦୀର ଦୁଇ କୂଳ ପରି ସାଥି ହୋଇ ରହିବୁ,

ସୁଖ ଦୁଃଖ ହସ ଖୁସି ସବୁ ଆମେ ବାଣ୍ଟୁଛୁ

ହେଲେ, ସେ ମୋ ଠାରୁ ,ମୁଁ ତାଙ୍କ ଠାରୁ

ଅନେକ ଦୁରରେ,ଏବେ କିନ୍ତୁ ମୁଁ ଅନୁତପ୍ତ,ଭୂଲ ମୋର, 

ବସି ଭାବୁଛି, କେଜାଣି କେବେ,

ପୁଣି ଆମେ ଏକାଠି ହେବୁ,ଯେବେ

ମୋ ମନ ଭାରାକ୍ରାନ୍ତ ହୁଏ ମୁଁ ତାଙ୍କ କାନ୍ଧରେ,

ମଥା ରଖି କାନ୍ଦି ପାରିବି,

ସେ କେବେ ଅସୁସ୍ଥ ହେଲେ ମୋ କୋଳରେ ମୁଣ୍ଡ ରଖି ଶୋଇ ପାରିବେ, ଆଉ ରାତିସାରା ଚାହିଁ ସେବା କରିବି,

ବିଗତ ଦିନରେ ଆମେ କଣ ହାରିଛୁ,

କଣ ଜିତିଛୁ,ତାର ହିସାବ ନା ସେ ରଖିଛନ୍ତି ନା ମୁଁ

ସ୍ତ୍ରୀ ର ଅଧିକାର ନେଇ ମୁଁ ଜୋର କରି କିଛି କହି ପାରେନା

ସ୍ଵାମୀଙ୍କ ଅଧିକାର ନେଇ ସେ ବି ପ୍ରତିବନ୍ଧକ ସାଜି ନାହାଁନ୍ତି

ମୋତେ ମୋ ସ୍ଵାଧୀନତା ଭିତରେ ଛାଡିଛନ୍ତି,

ମୋ ପାଇଁ ତାଙ୍କ ଭଲପାଇବା ମୁଁ ଅନୁଭବ କରେ

ତାଙ୍କ ପାଇଁ ମୋ ଭଲ ପାଇବା ମୁଁ ବ୍ୟକ୍ତ କରି ପାରେନା

ତାଙ୍କ ଅନୁପସ୍ଥିତିରେ ମୁଁ ଭାବେ,

ଆଉ ନୁହେଁ ଏଥର ମୁଁ ତାଙ୍କ ପାଖରେ ରହିବି

ସେ ମଧ୍ୟ ଭାବନ୍ତି ମୁଁ ତାଙ୍କ ସହିତ ରହିବି

ସେ ଫେରିଲା ବେଳକୁ ପାଣି ଗ୍ଲାସ ଟେ ଦେବି

ତରବର ହୋଇ ଖାଇବା ପରସି ଦେବି

କିଛି ଅନ୍ତରଙ୍ଗ ମୂହୁର୍ତ୍ତରେ ଦୁହେଁ ହଜିଯିବୁ

ଯୋଉଠି ସେ ଅତୀତର ଅଲୋଡ଼ା ସମୟ ନ ଥିବ

ନା ଥିବ ମୋ ମନର ଅକୁହା ଅଦେଖା ଅଭିଯୋଗ

ନା ଥିବ ତାଙ୍କ ମନର ଦୁଃଖ ଭରା ଅଭିମାନ

କେବଳ ଥିବ ଆମ ଭିତରେ ପ୍ରେମ,

ଯାହା ଆମକୁ ଭେଟି ଦେବ ଆଉ ସାତ ଜନ୍ମର ସୁଖ

ଯେଉଁ ପ୍ରେମ ଆମକୁ ବାନ୍ଧି ରଖିବ ଗୋଟିଏ ସୁତ୍ରରେ

ନା ଆମ ଭିତରେ ଥିବ ଦୂରତା,ନା ଅନ୍ୟ ର ହସ୍ତକ୍ଷେପ

ନା ଅଭିଯୋଗ ,ନା ଅଭିମାନ, ନା ଥିବ ମୁଁ ଶବ୍ଦର ଆରୋପ

ସେତେବେଳେ ଥିବ ଅଶେଷ ଆଉ ସ୍ମିତା ଭିତରେ ,

ଅସରନ୍ତି ଭଲପାଇବା, ଦୁଃଖ ନ ଥିବ ବିଛେଦର

କେଜାଣି ସେ ସମୟ କେବେ ଆସିବ,

ଯେବେ ମୋ ସ୍ବାମୀଙ୍କ ମନ ବହୁତ ଖୁସି ଥିବ

ଆଉ ଆମ ହାତ ଧରାଧରି ହୋଇ

ଜୀବନର ଚଲାପଥରେ ଚାଲୁ ଥିବୁ

ଦୁନିଆର ସବୁଠୁ ସୁଖୀ ଦମ୍ପତି ହୋଇ

ଆଉ ଭଲ ପାଉଥିବୁ ଭଲପାଇବାର ସୀମା ରେଖା ଡେଇଁ ।

ସତରେ ସେ ସମୟ ଅପେକ୍ଷାରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance