STORYMIRROR

ବଳରାମ ବାରିକ

Inspirational

3  

ବଳରାମ ବାରିକ

Inspirational

ମୋ ସାଥୀ ଫେସବୁକ

ମୋ ସାଥୀ ଫେସବୁକ

1 min
14.3K



ତୁମେ ଆସିଲା ଦିନୁ ମୋ ଜୀବନରେ ମୁଁ ନିଜକୁ ଯାଇଛି ଭୁଲି।

ନିସଙ୍ଗତାରେ ଭରିଥିଲା ଜୀବନ ତୁମ ଯୋଗୁଁ ମେଞ୍ଚା ମେଞ୍ଚା ବନ୍ଧୁ ପାଇଗଲି।

ସେ ହୁଅନ୍ତୁ ନକଲି କି ଅସଲି କିଛି ଯାଏ ଆସେ ନାହିଁ ମୋର।

ଛାତି କୁଣ୍ଢେମୋଟ ହେଇଗଲା

ଯେବେ ମୋର ସେଲ୍ଫିରେ ହଜାର ଲାଇକ୍ ପାଇ ଗଲି।


ହେ ଫେସବୁକ୍ ତୁମେ ମୋର ପିତା

ତୁମେ ମୋ ମାତା ତୁମେ ମୋର ପାଳନ କର୍ତ୍ତା।

ଦିନରାତି ତୁମ ଠି ଚିପ୍କି କି ରହିଥିବି ...

ଖାଇ ଡାଲି ,ଭାତ ଆଉ ଆଳୁ ଭର୍ତା।


ଲୋଡ଼ା ନାହିଁ ମୋର ଅମାପ ସମ୍ପତି ଧନ ଦୌଲତ ଯେତେ।

ତୁମରି ଛାତିରେ ଘର କରିବି ମୁଁ।

ପ୍ରଶଂସା ଦେଖି ନିଜର ମୋ ହୃଦୟ ପୁରି ଯିବ ।

ତୁମର ସେ ନୀଳ ଦେହ ମୋତେ ବାଇ କରିଛି ସତେ।


ମୋର ମନ କଥା ...

ରାଗ ,ଦୁଃଖ,ଶୋକ ,ଅଭିମାନ ସବୁ ତୁମ ବୁକୁରେ ଲେଖି ଦିଏ।

କାହିଁକି କେଜାଣି ମନ ହାଲୁକା ହୋଇଯାଏ।

ମୋର ନିଜସ୍ୱ ବୋଲି କିଛି ନାହିଁ

ସବୁ ତୁମକୁ ସମର୍ପି ଦିଏ।

ତୁମେ ବି ତ ପ୍ରତିଉତ୍ତରେ ଭରିଦିଅ ଶିତଳତା..

ମୋ ମନକୁ ସୁହାଇଲା ପରି ଅନେକ ଖୋରାକ ପାଇଯାଏ।


ତୁମ ଉପରେ ମୋର ଅନେକ ହକ୍ ରହିଛି।

ସେଥିପାଇଁ ତ ଦେବ ପୂଜା ପରେ ତୁମକୁ ପୁଜୁଛି ।

ରାତିଦିନ ତୁମକୁ ନିରିଖି ଦେଖୁଛି।

ଯାହାର କେହିନାହିଁ ...ତାର ଫେସବୁକ୍ ଅଛି।


✍ବଳରାମ ବାରିକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational