Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smitarani Barik

Abstract

3  

Smitarani Barik

Abstract

ମୋ ସ୍ୱପ୍ନର ଆରପାରି

ମୋ ସ୍ୱପ୍ନର ଆରପାରି

1 min
215


ସମୟ ସ୍ରୋତରେ ସାଜି ନାଉରୀ

ବହିଚାଲେ ନାଆ ଆହୁଲା ଧରି

ଦେଥିବାକୁ ଖାଲି ବାକି

କେତେ ରଙ୍ଗୀନ ମୋ ସ୍ୱପ୍ନର ଆରପାରି ।। 

ଅମାନିଆ ଢେଉ ମିଛ ଲହରୀ

ଅଟକାଏ ବାଟ ସାଜେ ବଇରୀ

କିନ୍ତୁ ମନ ଆଜି ସ୍ଥିର

କେତେ ରଙ୍ଗୀନ ମୋ ସ୍ୱପ୍ନର ଆରପାରି ।। 

ଅଜଣା ଅଚିହ୍ନା ସ୍ରୋତକୁ ଧରି

ବହୁଥାଏ ନାଆ ଥିରିଥିରି 

ଲକ୍ଷ ଏକମାତ୍ର ଲକ୍ଷ

କେତେ ରଙ୍ଗୀନ ମୋ ସ୍ୱପ୍ନର ଆରପାରି ।। 

ରଙ୍ଗ ମଞ୍ଚର ଆଲେକ ଧରି

ଚିକ୍ ମିକ୍ ଆଉ ସୁନ୍ଦର ଭାରି

ଅପେକ୍ଷାର କି ଶୋଷ ? 

କେତେ ରଙ୍ଗୀନ ମୋ ସ୍ୱପ୍ନର ଆରପାରି ।।


Rate this content
Log in

Similar oriya poem from Abstract