ଶୀର୍ଷକ:- ହେ ମନୁଷ୍ୟ
ଶୀର୍ଷକ:- ହେ ମନୁଷ୍ୟ


ହେ ମନୁଷ୍ୟ ତୁହି ଏତେ କି ଅଜ୍ଞାନୀ ପାଇଛୁ ଦୁର୍ଲ୍ଲଭ ଦେହ
ଜାତି ଜାତିରେ ତୁ ବିଭକ୍ତ ହୋଇଛୁ
କାହିଁକି କରିଛୁ କହ !
କେହୁ କହୁ ଅଛି ହିନ୍ଦୁ ପରା ମୁହିଁ କେହୁ ଯେ ମୁସଲମାନ
କେହୁ କହୁଅଛି ସୀଖ ପରା ମୁହିଁ
କୁହେ କେହୁ ଖ୍ରୀଷ୍ଟିଆନ !
ଜାତିର ବ୍ୟବସ୍ଥା କିମ୍ପା ପୁଣି ତାଙ୍କ ଦେଖୁ ଅଛି ଏହି ନେତ୍ର
ଲାଗେ ନାହିଁ ଲଜ୍ୟା ଜ୍ଞାନୀ ଓ ପଣ୍ଡିତେ
ଜ୍ଞାନରେ ଅଜ୍ଞାନ ଗାତ୍ର !
ନାରୀ ଓ ପୁରୁଷ ଦୁଇ ଜାତି ପରା କରିଛନ୍ତି ସୃଷ୍ଟିକର୍ତ୍ତା
କଲା କେ ବିଭକ୍ତ କେଉଁ ସ୍ବାର୍ଥ ପାଇଁ
ଜାତି ଜାତିରେ କଟୁତା !
ଜାତି ଜାତି ମଧ୍ୟେ ଆହୁରି ଭି ଜାତି କରି ଅଛି କେଉଁ କର୍ତ୍ତା
କହି ଦିଅ ଜ୍ଞାନୀ କିଏ ସେ ଇଶ୍ଵର
ଆଲ୍ଲା ସେ କେ
ଉଁ ନିର୍ମାତା !
ଶାସ୍ତ୍ର ପଢି ଅଛ କୁରାନ ପଢିଛ କର ଅନୁଭବ ଥରେ
ନଜରେ ପଡୁଛ ନାରୀ ଓ ପୁରୁଷ
ଜାତି ନ ଦିଶେ ତହିଁରେ !
ରାଷ୍ଟ୍ରରେ ଶୁଭୁଛି ଜାତିର ତାଣ୍ଡବ ଦେଉଛି ଯନ୍ତ୍ରଣା ଅତି
ଜାତି ଜାତି ମଧ୍ୟେ ଗୃହ ଯୁଦ୍ଧ ଦୃଶ୍ୟ
କରେ ଭୟଭୀତ ନିତି !
କଟୁତା କାହିଁକି ମନୁଷ୍ୟ ମନୁଷ୍ୟେ କିପରି ଜ୍ଞାନ ଜ୍ଞାନୀର
ଅନ୍ଧବିଶ୍ୱାସକୁ ଦୂର କର ଜ୍ଞାନୀ
ଶୁଣ ତୁ ମୌଲବୀ ବୀର !
ଶୁଣ ନେତାଗଣ ମନ ଦେଇ ଶୁଣ କର ନାହିଁ ଜାତି ଜାତି
ନିଜ ସ୍ବାର୍ଥ ପାଇଁ କର ନା ଅନର୍ଥ
କରି ଦେବୁ ସବୁ ଇତି !
୍
କୁସଂସ୍କାର ଦୂର କରିବା କର୍ତ୍ତବ୍ୟ ନୂଆ ଭାରତରେ ଆଜି
ଅମୃତ ଏ କାଳ ଉଚିତ ସମୟ
ସଂସ୍କାରେ ଦିଅ ତୁ ସାଜି ।