କର୍ତ୍ତବ୍ୟ
କର୍ତ୍ତବ୍ୟ
କର୍ତ୍ତବ୍ୟ ହେଉଛି ବଞ୍ଚିବାର ପାଇଁ
ଜୀବନର ଏକ ପନ୍ଥା
ସେ ପନ୍ଥାରେ ପାଦ ରଖି ଦେଇ ସିଏ
ଚାଲି ଯାଉଥାଏ ଏକା ।
ହାରିବା ଜିତିବା ଖୋଜି ତ ନ ଥାଏ
କର୍ତ୍ତବ୍ୟରେ ରତ ଥାଏ
ମିଳୁ ଅପମାନ ବା ସନମାନ ନା
ସେଥି ପ୍ରତି ଦୃଷ୍ଟି ଥାଏ ।
କର୍ତ୍ତବ୍ୟ ତା ପାଇଁ ଅଟେ ଭଗବାନ
କର୍ତ୍ତବ୍ୟ ମୂଳରେ ସବୁ
ନିଜ କର୍ତ୍ତବ୍ୟର ଦକ୍ଷତା ବଳରେ
ଯଶ କୀର୍ତ୍ତି ଅର୍ଜେ ସବୁ ।
ଯେଉଁ କର୍ମ ଯିଏ ଯେମିତି ତ କରେ
ସେମିତି ଫଳ ସେ ପାଏ
ବାମ ହାତ ପାପ ଡାହାଣ ହାତ କି
କୁହ କେବେ ନେଇଥାଏ ।
ପ୍ରଭୁଙ୍କର ପାଦେ ଭକତି କରିଲେ
ପ୍ରଭୁ କୃପା ମିଳିଥାଏ
ଅସାଧୁ ସଙ୍ଗରେ ଦିନ ବିତାଇଲେ
କୁକର୍ମ ଭୋଗିବା ହୁଏ ।
ଛୋଟରୁ ଯେ ସର୍ବେ ହେଇଥାନ୍ତି ବଡ
କର୍ମକୁ ଛୋଟ ନ ଭାବ
ତାହାରି ଭିତରେ ନିଷ୍ଠାର କର୍ତ୍ତବ୍ୟେ
ସୁଫଳ ହୁଏ ଉଦ୍ଭବ ।
କର୍ତ୍ତବ୍ୟ ଜୀବନେ ସବୁଠାରୁ ବଡ
ବୁଝା ଯାଇଛି ଗୀତାରେ
ମହାଭାରତ ଯୁଦ୍ଧ କ୍ଷେତ୍ରରେ ଶ୍ରୀକୃଷ୍ଣ
କହିଥିଲେ ଅର୍ଜୁନରେ ।
ଏମିତି ଜଣେ ତ ଦୁନିଆରେ ନାହିଁ
କର୍ତ୍ତବ୍ୟ ଯେ କରି ନାହିଁ
ସତ୍ କର୍ତ୍ତବ୍ୟେ ପ୍ରଭୁ ଶାନ୍ତି ହେଇଥାନ୍ତି
ଆଶ୍ରୟ ଯେ ଥାନ୍ତି ଦେଇ ।
ଛପନ କୋଟୀ ଯେ ଜୀବଜନ୍ତୁ ଦେଖ
ସର୍ବେ ଥାନ୍ତି କାର୍ଯ୍ୟରତ
ପିମ୍ପୂଡିଟିଏ ବି ଅଶିଶ୍ରାନ୍ତ ଦେଖ
କର୍ତ୍ତବ୍ୟରେ ଦିବାରାତ୍ର ।
ମହୁମାଛି ଟିଏ ଏ ଫୁଲ ସେ ଫୁଲ
ଉଡି ମହୁ ଶୋଷି ନିଏ
କର୍ତ୍ତବ୍ୟରେ ହେଳା କରେ ନାହିଁ କେବେ
ନର ଉପକାର ପାଏ ।
ଗୁରୁଙ୍କ କର୍ତ୍ତବ୍ୟ ଗୁରୁ କରି ଥାନ୍ତି
ଶିଷ୍ୟଟି ତାର କର୍ତ୍ତବ୍ୟ
ସମସ୍ତଙ୍କୁ କର୍ମ ଦେଇଛନ୍ତି ପ୍ରଭୁ
ଯେଝା କର୍ମେ ଯେଝେ ଲିପ୍ତ ।
ପିତା ମାତା କର୍ତ୍ତବ୍ୟ ଯେ କରୁଥାନ୍ତି
ସନ୍ତାନ ମଙ୍ଗଳ ପାଇଁ
ସନ୍ତାନ କର୍ତ୍ତବ୍ୟ ବୃଦ୍ଧ ବୃଦ୍ଧା ବେଳେ
ସାହାରା ଥାଆନ୍ତି ହେଇ ।
ଘରର ମୂରବୀ କର୍ତ୍ତବ୍ୟ ହେଉଛି
ଏକାଠି ରଖିବା ପାଇଁ
କୁଳବଧୂଟିଏ କର୍ତ୍ତବ୍ୟରେ ରତ
ପରିବାର ସୁଖ ପାଇଁ ।
ଦାୟିତ୍ବ ନେବାଟା ବଡ କଥା ନୁହେଁ
କର୍ତ୍ତବ୍ୟ କରିବା ବଡ
କର୍ତ୍ତବ୍ୟରେ ଟିକେ ଅବ ହେଳା ହେଲେ
ଆସି ଯିବ କାଳ ଝଡ ।
ନିଜ କର୍ତ୍ତବ୍ୟର ଦାୟିତ୍ବବୋଧତା
ଠିକ୍ ରେ ନିର୍ଭା କଲେ
ଜୀବନରେ କେତେ ଶାନ୍ତି ମିଳି ଥାଏ
କରେ ଯିଏ ଜାଣେ ଭଲେ ।
ଠିକ୍ ସେ କର୍ତ୍ତବ୍ୟ କରି ନ ପାରିଲେ
ଦାୟିତ୍ବ କେବେ ନିଅନି
ଟିକେ ଅବହେଳା ଅବା ଭୁଲ୍ କରି
ଧ୍ବଂସ କାରଣ ହୁଅନି ।