STORYMIRROR

Niranjan Mishra

Abstract

4  

Niranjan Mishra

Abstract

ଶ୍ରାବଣେ ଜଳାଭିଷେକ

ଶ୍ରାବଣେ ଜଳାଭିଷେକ

1 min
305


ପୁଣ୍ଯ ନଦୀ ଜଳ କୁମ୍ଭରେ ଭରି

ଭକତ ଚାଲଇ ବାବା ସୁମରି

ଆସିଚି ଶ୍ରାବଣ ମାସ

ଆଜି ସୋମବାର ଜଳଶାୟୀ ହେବେ

ବାବା ଶିବ ଆଶୁତୋଷ ।୧।

ରାତିରୁ ପବିତ୍ର ନଦୀରେ ସ୍ନାନ

କରିଚି ଭକତ ଭଜି ଈଶାନ

ଗଙ୍ଗା ମାତାଙ୍କୁ ସୁମରି

ବୁଡିଲା ନଦୀରେ ବୁଡାଇ କୁମ୍ଭକୁ

ଉଠିଲା ସେ ଜଳ ଧରି ।୨।

ପୂଜି କୁମ୍ଭ ଜଳ ନଦୀ ତଟରେ

ବେଲପତ୍ର ଫୁଲ ଘେନି ସାଙ୍ଗରେ

ଧରିଛି ସେ ନାରୀକେଳ

ସକାଳୁ ସଅଳ ଶିବ ମନ୍ଦିରରେ

ଶିବଙ୍କୁ ଢାଳିବ ଜଳ ।୩।

ଦେବ ମହେଶ୍ବର ରୂପ ଗଉର

ମସ୍ତକେ ଗଙ୍ଗା ଚନ୍ଦ୍ର ଜଟାଭାର

କରୁଣାର ଅବତାର

ନୀଳକଣ୍ଠ ବ୍ୟାଘ୍ରଚର୍ମ ପରିହିତ

କଣ୍ଠରେ ଭୁଜଙ୍ଗ ହାର ।୪।

ତ୍ରିଶୂଳ ଡମ୍ବରୁଧାରୀ ପିନାକୀ

ତ୍ରିନେତ୍ରଧାରୀ ସର୍ଵଭୂତ ସାକ୍ଷୀ

ତ୍ରିଗୁଣାତୀତ କାମାରି

ସତ୍ଯ ଶିବ ସୁନ୍ଦର ପରମେଶ୍ବର

ଅନ୍ଧକାରି ତ୍ରିପୁରାରି  ।୫।

ହୃଦଅରବିନ୍ଦେ ତାଙ୍କ ବିହାର

ସଭିଙ୍କର ପ୍ରିୟ ଶିବ ଶଙ୍କର

ଜଳରେ ଲଭନ୍ତି ତୋଷ

ଅକର୍ମ କର୍ମ ଦାୟକ ସେ ବୋଲାନ୍ତି

ବାବାମଣି ଆଶୁତୋଷ  ।୬।

ସଦା ବସିଥାନ୍ତି ଯୋଗ ଧିଆନେ

ରାମ ରୂପ ମତି ଗତି ମଗନେ

ଭକତ ଭୋଳିଆ ହର

କାଉଡିଆ ଆଜି ଆଣେ ପୁଣ୍ଯ ଜଳ

ଢାଳିବ ତୁମ ଉପର  ।୭।

କୃୃପା କରିବ ହେ କୃପାସାଗର

ଭକତ ଡାକଇ ବଂ ବଂ ହର

ପାରି କରିବ ଶଙ୍କର

ଜଗତର ଦୁଃଖ ହର ପଞ୍ଚମୁଖ

ଶରଣ ପଦ୍ମ ପୟର ।୮।


Rate this content
Log in

Similar oriya poem from Abstract