ପଚାରି ନଥିବା ପ୍ରଶ୍ନ
ପଚାରି ନଥିବା ପ୍ରଶ୍ନ


କେଉଁ ପ୍ରଶ୍ନ ପଚାରି ନ ଥିଲି ?
କିଏ ମୁଁ ?
କେଉଁଠି ଥିଲି ?
କାହିଁକି ଆସିଛି ?
କେତେଦିନ ରହିବାକୁ ହେବ ?
କଣ କରିବି, ଯଦି ରହିବି ଅନିର୍ଦ୍ଦିଷ୍ଟ ଦିନ ?
କିଏ ମୋ ନିଜର ?
କିଏ ସମ୍ପର୍କୀୟ ?
କେତେ ଧନ ଉପାର୍ଜନ କରିବାକୁ ହେବ ?
କେଉଁମାନେ ଶେଷ ସମୟ ରେ ଥିବେ?
କେତେବେଳେ ତୀର୍ଥ ସ୍ଥାନ ଭ୍ରମଣ କରିବି ?
କିଏ ହେବ ମୋ ଗୁରୁ ?
କିଏ କହିବ ବ୍ରହ୍ମ-ଜ୍ଞାନ ?
କଣ କଲେ ମୁକ୍ତି ମିଳିବ?
କାହାକୁ ନିହାତି ନିଜର ଭାବିବି ?
କେଉଁଠି ପରମାତ୍ମା ଅଛନ୍ତି ?
କେଉଁ ଖାଦ୍ୟ ଭୋଜନ କରିବି ?
କାହିଁକି ଯୌବନ ଆସୁଛି?
କାହିଁକି ଫୁଲରେ ଭ୍ରମର ରସୁଛି ?
କାହିଁକି ସମସ୍ୟା ଲାଗି ରହୁଛି?
କିଏ ମୋ କଥା ଭାବୁଛି?
କେଉଁଠି ଅମୃତ ମିଳୁଛି?
କାହିଁକି , କିପରି ବରଷା ହେଉଛି ?
କେଉଁ କଥା ଗୁପତ ରଖିବି?
କିଏ ମୋ ମନକୁ ଜାଣିଛି ?
କେଉଁଠି ସ୍ୱର୍ଗ-ପୁର ଅଛି?
କିଏ ,ଏ ଅସମାହିତ ପ୍ରଶ୍ନର ଉତ୍ତର ଜାଣିଛି !
ପ୍ରଶ୍ନ ହିଁ ପ୍ରଶ୍ନ,ଜିବନ ତ ପ୍ରଶ୍ନ ଘେରରେ
ପ୍ରଶ୍ନକୁ ନେଇ ବଞ୍ଚିବାକୁ ହେବ
ଜୀବନ ସରିଯିବ,ପ୍ରଶ୍ନ ରହିଛି,ରହିବ।