Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ଘଟଗାଁ ତାରିଣୀ

ଘଟଗାଁ ତାରିଣୀ

1 min
315


ନ ଶୁଣୁଛ ଗୁହାରି ମୋର ତୁ ମାଆ 

ନ ଦେଉଛୁ ଧ୍ୟାନ କାହିଁକି ତୁ ମାଆ 

    ଶୁଣ ତୁ ମୋର ଗୁହାରି

     କରୁଣା ହେଉ

   ଚାହିଁ ଚାହିଁ ପ୍ରାଣ ଯାଉ

     କରୁଣା ହେଉ ।


ଗାଉ ଥିବି ନାମ ପ୍ରାଣ ଯିବା ଯାଏ

କାହିଁ ଯିବି ନାହିଁ ପ୍ରାଣ ଥିବା ଯାଏ 

    ଦର୍ଶନ ମୁହିଁ କରିବି                          

    ତୋତେ ଜନନୀ

   ମୁହିଁ ରହି ଥିବି ଚାହିଁ

    ତୋତେ ତାରିଣୀ ।


ଘଟଗାଁ ତାରିଣୀ ଶୁଣ ତୁ କାହାଣୀ 

ମନବାଞ୍ଛା ପୂର୍ଣ୍ଣ କର ମା ତାରିଣୀ

    ଶୁଣ ମା ତୁହି ଭବାନୀ 

      କରେ ମାଗୁଣି

    ଦର୍ଶନ ଦିଅ ତାରିଣୀ

       ଭକ୍ତ ମାଗୁଣି ।


ତୋର ନୈବେଦ୍ୟ ମା ନଡ଼ିଆ ପାଣି 

ଦିଏ ନୈବେଦ୍ୟ ଲୋ ଭକତ ଆଣି 

    ଭରିଛି ନଡ଼ିଆ ଜାଣି 

      ଅତି ଆଦର 

     ଖାଉ ତୁ ମନକୁ ଜାଣି

      ପ୍ରୀତି ଅପାର ।


କରୁଣା ତୁ କର ମା ନଜର କର

ଅଜ୍ଞାନୀ ଭକ୍ତକୁ ମା ହସ୍ତରେ ଧର

    ଦିଶୁଛି ସାରା ଅନ୍ଧାର

      ପଥରେ ମୋର

    ଭକ୍ତି କରେ ନିରନ୍ତର

      କରୁଣା କର ।


Rate this content
Log in

Similar oriya poem from Abstract