STORYMIRROR

Suresh chandra Padhy

Abstract

4  

Suresh chandra Padhy

Abstract

ମୋ ରାମ

ମୋ ରାମ

1 min
362


ରାମ ନାମ ଦୁଇଟି ଅକ୍ଷର

ସେ ତ ଏକା ମୁକତି ମୋର

ତୁଣ୍ଡ ରେ ଧରି ରାମ ନାମ

ସଂସାରେ କରିବା କାମ

ରାମ ହିଁ ତ ଗତି 

ରାମ ହିଁ ତ ଶକ୍ତି

ରାମ ନାମ ଏକା ସାର


ଶଙ୍କର ଜପନ୍ତି ନୀତି ରାମ ନାମକୁ

ଯୋଗେଶ୍ଵର ଜାଣନ୍ତି ରାମ ତତ୍ତ୍ବକୁ


ଶଙ୍କର ଙ୍କ ମନୁ ଜାତ ରାମ ଚରିତ

ସେ ରାମ ଚରିତ ନିଏ ସବୁ ଆରତ


ତୁଳସି ଙ୍କ କଣ୍ଠ ରୁ ଝରେ ନିରନ୍ତର

ସେ ତ ଏକା ମୁକତି ମୋର


ଗୁଣ୍ଡୁଚି ରାମ ସେତୁ ରେ ରେଣୁ ପକାଇଲା

ରାମ ଙ୍କ କୃପା ରୁ ତିନି ଗାର ସେ ଲଭିଲା


ଯେଉଁ ରୂପ ଦେଖି ମାରିଚ ତରିଲା

ପାଷାଣ ଅହଲ୍ୟା ବି ଶାପୁ ମୁକ୍ତ ହେଲା


ଯା ପାଇଁ ସାଗରେ ଭସିଲା ପଥର

ସେ ତ ଏକା ମୁକତି ମୋର ll


Rate this content
Log in

Similar oriya poem from Abstract