ମୋ ପୁଅ ବି ନିଜର ନୁହେଁ
ମୋ ପୁଅ ବି ନିଜର ନୁହେଁ
ଦୁଃଖ ଆଉ କିଏ ବା ବୁଝିବ
ଜୀବନର ସାୟାହ୍ନରେ ସୁଖ କିଏ ଦେବ?
ପେଟରେ ସହିଲି ପିଠିରେ ସହିଲି
କିଏ ଜାଣିଥିଲା ବୁଢୀକାଳେ ମୋତେ
ଭୋକ ସହିବାକୁ ହେବ I
ଗୋଟିଏ ପୁଅ ମୋ ଝିଅଟିଏ ନାହିଁ
ଭାବିଥିଲି ଦେବ ସୁଖ
ପୁଅ ବାହାକରି ବୋହୁ ମୁଁ ଆଣିଲି
ଆରମ୍ଭ ହେଲା ମୋ ଦୁଃଖ I
ବେ।ହୂର ବୁଦ୍ଧିରେ ଭିନ୍ନକଲା ପୁଅ
ଅଲଗା ରାନ୍ଧି କି ଖାଏ
ଭଲ ମନ୍ଦ ଯାହା ଘରକୁ ଆଣଇ
ଶଶୁର ଘରକୁ ଦିଏ I
ମଲା ଗଲା ହୋଇ ବୁଢା ମୋ ପଡିଛି
ଔଷଧ ପାରୁନି ଦେଇ
ଜରି ଗୋଟାଇ ମୁଁ ଯାହା କିଛିପାଏ
ବୁଢାକୁ ମୋ ଦିଏ ଖୋଇ I
ଅଧିକା ଦିନ ମୁଁ ଭୋକରେ ଶୁଅଇ
ପେଟେ ଦେଇ ଓଦା କନା
ମୋ ଦୁଃଖକୁ ଅବା କିଏ ସେ ବୁଝିବ
ଅନୁଭବି ଟିଏ ବିନା I