ମୋ ପ୍ରିୟା
ମୋ ପ୍ରିୟା
ହଜିଛି ମୋ ପ୍ରିୟା
ତା ଚଲା ପଥରେ
କରିବ ଗୋଟାଏ ବଡ଼ ଚାକିରୀ
ପାଠ ପଢିବାକୁ
ଗାଁକୁ ଦୁରେଇ
ଶହରେ ରହୁଛି
ଶିଖିବ ସହରୀ ଚାଲି ଚଳଣି
ଜାଣି ନାହିଁ ସେଠି
ହାବ ଭାବ ତାର
ସହଜେ ଗ୍ରହଣ କରୁଛି
ଏଇ ମୋ ସରଗପୁର
ବୋଧେ ଏମିତି ଲାଗୁଚି
ଗାଁକୁ ସେ ଭୁଲି
ଶହରେ ଗଢ଼ିବ
ତା ଜୀବନ ବାଲି ଘର
ଅଳପ ଦିନର ସ୍ୱଳ୍ପ ଶମେୟ
ଶିଖିଲାଣି ନାନା କଥା
ଓଡ଼ିଆଣୀ ବେଶ ବଦଳାଇ ଦେଇ
ଟି ସାର୍ଟ ଜିନ୍ସ ପେଣ୍ଟ ପିନ୍ଧି
ଏବେ ବଖାଣୁଛି ସହରୀ ଜୀବନ ଗାଥା
କଥା କଥାରେ ହସିଦେଉଅଛି
କହୁଅଛି ଏଇ ତ ଦୁନିଆ ନୀତି
ବଦଳିବାକୁ ହେବ
ସମୟ ସୁଅରେ
କାରଣ ପ୍ରତି ମୁହୁର୍ତରେ
ବଦଳୁଛି ଆମ
ପରିବେଶ ରୀତି ନୀତି
ବଦଳୁଛି ଆମ
ପରିବେଶ ରୀତି ନୀତି
ତେଣୁ ବଦଳି ଚାଲିଛି
ମୁ ଦିନ ରାତି
ହଁ ଦିନ ରାତି .......!!
