STORYMIRROR

Krushna Chandra Dakua

Abstract

2  

Krushna Chandra Dakua

Abstract

ମୋ ପ୍ରିୟା

ମୋ ପ୍ରିୟା

1 min
223

ହଜିଛି ମୋ ପ୍ରିୟା 

ତା ଚଲା ପଥରେ 

କରିବ ଗୋଟାଏ ବଡ଼ ଚାକିରୀ 

ପାଠ ପଢିବାକୁ 

ଗାଁକୁ ଦୁରେଇ 

ଶହରେ ରହୁଛି 

ଶିଖିବ ସହରୀ ଚାଲି ଚଳଣି 

ଜାଣି ନାହିଁ ସେଠି 

ହାବ ଭାବ ତାର 

ସହଜେ ଗ୍ରହଣ କରୁଛି 

ଏଇ ମୋ ସରଗପୁର 

ବୋଧେ ଏମିତି ଲାଗୁଚି 

ଗାଁକୁ ସେ ଭୁଲି 

ଶହରେ ଗଢ଼ିବ 

ତା ଜୀବନ ବାଲି ଘର 

ଅଳପ ଦିନର ସ୍ୱଳ୍ପ ଶମେୟ

ଶିଖିଲାଣି ନାନା କଥା 

ଓଡ଼ିଆଣୀ ବେଶ ବଦଳାଇ ଦେଇ 

ଟି ସାର୍ଟ ଜିନ୍ସ ପେଣ୍ଟ ପିନ୍ଧି 

ଏବେ ବଖାଣୁଛି ସହରୀ ଜୀବନ ଗାଥା 

କଥା କଥାରେ ହସିଦେଉଅଛି 

କହୁଅଛି ଏଇ ତ ଦୁନିଆ ନୀତି 

ବଦଳିବାକୁ ହେବ 

ସମୟ ସୁଅରେ 

କାରଣ ପ୍ରତି ମୁହୁର୍ତରେ 

ବଦଳୁଛି ଆମ 

ପରିବେଶ ରୀତି ନୀତି 

ବଦଳୁଛି ଆମ

ପରିବେଶ ରୀତି ନୀତି

ତେଣୁ ବଦଳି ଚାଲିଛି 

ମୁ ଦିନ ରାତି 

ହଁ ଦିନ ରାତି .......!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract