Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kananbala Das

Inspirational

4.3  

Kananbala Das

Inspirational

ମୋ ପ୍ରଭୁ ଶ୍ରୀ ଜଗନ୍ନାଥ

ମୋ ପ୍ରଭୁ ଶ୍ରୀ ଜଗନ୍ନାଥ

1 min
353



ପ୍ରତି ଉତ୍କଳୀୟ ଆତ୍ମାରେ ଜଡିତ

   ପରମ ସତ୍ତା ମର୍ଯ୍ୟାଦା ପୁରୁଷ,

ସବୁ ବିକଳ୍ପର ଏକହି ସଂକଳ୍ପ

   ସମର୍ପଣେ ପ୍ରଭୁ ତୁମେ ସର୍ବସ୍ବ ।


ଜଗତ କରତା ଜଗତର ନାଥ

   ତୁମରି ଇଙ୍ଗିତେ ଚାଲେ ଜଗତ,

ତୁମ ନାମ ଜପି ଯାଉ ଏ ଜୀବନ

   କୋଟି ଜନଙ୍କର ତୁମେତ ନାଥ ।


ଭକ୍ତ ପ୍ରାଣଧନ ଭକ୍ତର ଜୀବନ

   ଭକ୍ତର ପ୍ରେମରେ ହୋଇଛ ବନ୍ଧା,

ଭାବଗ୍ରାହୀ ପ୍ରଭୁ ଭାବ ବିନୋଦିଆ

   ଭାବରେ ହୋଇଛ ତୁମେତ ଛନ୍ଦା ।


ନିର୍ମଳ ନିଷ୍କାମ ଶାଶ୍ୱତ ପ୍ରେମରେ

   ବନ୍ଧାପଡ଼ ଭାବଗ୍ରାହୀ ତୁରିତେ,

ନିଜଠାରୁ ବେଶି ନିଜର ଭାବେ ଯେ

   ବାନ୍ଧିପାରେ ଏକା ସେହି ଜଗତେ ।


ଜୀବନ ଏମିତି ଚଲା ପଥଟିଏ

   ସୁଖ ଆଉ ଦୁଃଖ ସବୁ ଦେଇଛ,

କେବେ ଦିଅ ହସ କେବେ ପୁଣି କାନ୍ଦ

   ସବୁତ ଜୀବନେ ଭରି ରଖିଛ ।


ରଖ ମହାବାହୁ ତୁମ ଭୁଜ ତଳେ

   ବିପଦ ଆପଦେ କର ଉଦ୍ଧାର,

ନାହିଁ ମୋର କେହି ସାହା କି ଭରସା

   ଏକମାତ୍ର ତୁମେ ଭରସା ମୋର ।


ତୁମେ ମୋର ପ୍ରାଣ ତୁମେ ମୋ ଜୀବନ

     ମାଗିବି ନାହିଁ ମୁଁ ଜୀବନେ କିଛି,

ତୁମରି ଦର୍ଶନ ଦେଉଥାଅ ପ୍ରଭୁ

     ଏତିକି ମାଗୁଣି ନିତି କରୁଛି ।


କ୍ଷମାର ସାଗର ଉଦ୍ଧାର କରିବ

   ପାପପଙ୍କମୟ ଏ ଦୁନିଆଁରୁ,

ଆଶ୍ରୟ ଦେଇଣ ଶ୍ରୀ ପୟରେ ପ୍ରଭୁ

   ଦୁରେଇ ଦେବନି କେବେ ଅନ୍ତରୁ ।


ସମଗ୍ର ବିଶ୍ୱର ଶ୍ରେଷ୍ଠ ବ୍ରହ୍ମରୁପ

   ପ୍ରତି ଅନ୍ତରେ ହୋଇଛ ସ୍ଥାପିତ,

ଓଡ଼ିଆ ଜାତିର ପରିଚୟ ତୁମେ

   ଗର୍ବ ଗଉରବ ଶ୍ରୀ ଜଗନ୍ନାଥ ।


Rate this content
Log in

Similar oriya poem from Inspirational