STORYMIRROR

Chinmaya Kumar Nayak

Comedy

4  

Chinmaya Kumar Nayak

Comedy

ମୋ ପ୍ରାଣ ପ୍ରିୟା ପ୍ରାଣ ଇନ୍ଦୁ

ମୋ ପ୍ରାଣ ପ୍ରିୟା ପ୍ରାଣ ଇନ୍ଦୁ

1 min
214

ମୋ ଛାତି ଜଳିଯାଏ ଏସିଡ଼ିଟି ହୋଇ

ତୁ ମଟନ ବିରିଆନୀ ରାନ୍ଧୁ

ବାହା ବାହାରେ ମୋ ପ୍ରାଣପ୍ରିୟା ପ୍ରାଣ ଇନ୍ଦୁ

ପୂରଣ ନହୁଏ ଯେବେ ତୋର ଦାବୀ

ତୁ ବାହୁନି ବାହୁନି କାନ୍ଦୁ

ବାହା ବାହାରେ ମୋ ପ୍ରାଣପ୍ରିୟା ପ୍ରାଣ ଇନ୍ଦୁ।


ସାଙ୍ଗସାଥି ମେଳେ ଉଡ଼ି ବୁଲୁଥିଲି 

ଡେଣା ଝାଡ଼ି ଆକାଶରେ

ଜୀବନ ସତେକି ମହୋତ୍ସବ ଥିଲା 

ସମୟର ନଦୀ ତୀରେ

ତୋ ଅନୁମତି ବିନା ମୁଁ କରେ ଯେବେ କିଛି

ତୁ ମୋ ଚଉଦ ପୁରୁଷ ନିନ୍ଦୁ

ବାହା ବାହାରେ ମୋ ପ୍ରାଣପ୍ରିୟା ପ୍ରାଣ ଇନ୍ଦୁ।


ତୋର ହାତ ଧରି କରିଲି ସଂସାର 

ଧରମକୁ ରଖି ସାକ୍ଷୀ

ଧରମ ସଙ୍କଟେ ପଡ଼ିଯାଏ ନିତି 

ମୁଁ ହେଲିଣି ତ ବଡ଼ ଦୁଃଖୀ 

ତୋ ଓଠରେ ହସ ମୋ ସୁଖର ପଥ

ମୋ ଛାତି ତଳ ପଛେ ବିନ୍ଧୁ

ବାହା ବାହାରେ ମୋ ପ୍ରାଣପ୍ରିୟା ପ୍ରାଣ ଇନ୍ଦୁ।


ତୋ ସାନ୍ନିଧ୍ୟେ ରହି ଆତ୍ମ ସଂଯମର 

ଶିଖିଲି ଜୀବନ ନୀତି

କହିବା ଆଗରୁ ବିଚାର ମୁଁ କରେ 

ବିଭୁପାଦେ ରଖି ମତି

ଏ ଜୀବନେ କେହି ନୁହେଁ ଟି କାହାର

ତୁ ହିଁ ଏକା ମୋର ବନ୍ଧୁ

ବାହା ବାହାରେ ମୋ ପ୍ରାଣପ୍ରିୟା ପ୍ରାଣ ଇନ୍ଦୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy