Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.Siddheswar Behera

Children

4  

Mr.Siddheswar Behera

Children

ମୋ ପିଲାଦିନ

ମୋ ପିଲାଦିନ

1 min
48


ଆଜି କାହିଁ ମନେପଡେ  

ମୋ ପିଲାଦିନ କଥା ।

ସ୍ପଷ୍ଟ ଭାବେ କିଛି   

କିଛି ପୁଣି ଝାପ୍ସା ।।


ପିଲାଦିନର ସେ ବାଲିଖେଳ  

ବାଲିରେ ଗଢିଛି ଘର

କେବେ ପୁଣି ଭାଙ୍ଗିଦେଇ  

ପରିଚୟ ଦିଏ ଚଗଲାମିର।।


ମନେ ପଡେ ପୁଣି ସେହି 

ସ୍କୁଲ ଯିବା ବାଟ

ବାଟ ଘାଟରେ ଲୁଚିବା 

ପରଦିନ ଗୁରୁଜୀଙ୍କ ଛାଟ।।


ଆଉ ପୁଣି ମନେପଡେ

ବାପାଙ୍କ ଆକଟ ।

ମା’ର ମମତା ଆଉ

ସ୍ନେହ ଭାଇ ଭଉଣୀର ।।


ପୁଣି ମନେ ପଡିଯାଏ 

ଆମ ଗାଁ ପୋଖରୀ ।

ଗାଧୋଇବାକୁ ଯାଇ 

ଫେରିବା ହୁଏ ଘଣ୍ଟାଘଣ୍ଟା ଡେରି ।।


ଖେଳ ପଡିଆର ସେହି 

ସାଙ୍ଗସାଥି ମେଳ ।

ନାନା ପ୍ରକାର ଖେଳରେ 

ଜମୁଥିଲା ଆସର।।


କେମିତି ଭୁଲିବି ମୁହିଁ 

ପିଲାଦିନ ଟିଉସନ୍ ।

ଗୁରୁଜୀଙ୍କ ତାଗିଦ 

ପାଠ କରିନଥିଲେ 

ବଢିଯାଇଥିଲା ଟେନସନ୍।।


ମନେ ପଡିଯାଏ ପୁଣି 

ଅଗିରା ପୂର୍ଣ୍ଣିମା ଉତ୍ସବ ।

ସାଙ୍ଗସାଥି ହୋଇ ଜଙ୍ଗଲରୁ 

କରୁଥିଲୁ କାଠ ସଂଗ୍ରହ ।।


ଅପେକ୍ଷାରେ ରହୁଥିଲେ 

ଆମ ଅଞ୍ଚଳବାସୀ ।

ସାଙ୍ଗରେ ଆଣି ଭୋଗ 

ପୂଜାକୁ ସଅଳ ଆସି ।।


ଆଜି ମୁଁ ଯାହା ସେହି 

ପରମେଶ୍ୱର ପିତାମାତାଙ୍କ ଆଶିଷେ ।

ପୁତ୍ର ହୋଇ ପାରିଲିନି 

କରି ସେବା ଟିକିଏ।।



Rate this content
Log in

Similar oriya poem from Children