ମୋ ପାଗେଳୀ ଦେଇଛି ରାକ୍ଷୀ
ମୋ ପାଗେଳୀ ଦେଇଛି ରାକ୍ଷୀ
ଡାକ ବାଲା ଆସି
ଦେଇ ଗଲା ରାକ୍ଷୀ
ପାଗେଳି ଦେଇଛି ମୋର ।
ରାକ୍ଷୀ ବନ୍ଧନରେ
ପାଖ ନାହିଁ ବୋଲି
ମନ ଅଭିମାନ ତାର ।
ମୋ ସୁନା ଗେଲ୍ଲେଇ
ମୁହଁ କୁ ଫୁଲେଇ
ବସିଥିବ ମନ ମାରି ।
ଭାଇ ହାତେ ରାକ୍ଷୀ
ବାନ୍ଧିବା ପାଇଁକି
ହେଉଥିବ କେତେ ଘାରି ।
ମୋ ସୁନା ଭଉଣୀ
ନୟନର ମଣୀ
ଭଳି ହୋଇ ମୋର କଥା ।
ମା, ପାଖେ ବସି
ହେଉଥିବ ଝୁରି
ଓଦା କରି ଆଖି ପତା ।
ଡାକବାଲା ଯାଇ
କହିବୁ ବୁଝାଇ
ସୁନା ଭଉଣୀକୁ ମୋର ।
କରିବନି ଦୁଃଖ
ଝରାଇଣ ଲୁହ
ମନେ ବନ୍ଧା ସେହ୍ନ ଡୋର ।
କହିଥିଲା ଭାଇ
ଆସିବୁ ତୁ ଚାଲି
ଆସିଲେ ରାକ୍ଷୀ ପୂନେଇଁ ।
ଠକି ବୁନି ମୋତେ
ବାହାନା କରି 'ତୁ
କର୍ମ ବ୍ଯସ୍ତ ନାଁ ନେଇ ।
ତୋତେ 'କି ଠକିବି
ଠକିଛି 'ମୁଁ ନିଜେ
ଅଦୃଶ୍ଯ ସେ ବ୍ଯାଧି କୋପେ ।
ଆତ୍ମୀୟଠୁ ଦୂରେ
ରଖିଛି କରୋନା
ବିଶ୍ବ ମହାମାରି ରୂପେ ।