STORYMIRROR

ତାରାପ୍ରସାଦ ଜେନା

Tragedy

3  

ତାରାପ୍ରସାଦ ଜେନା

Tragedy

ମୋ ପାଦରେ ତୁମେ କଣ୍ଟା ସାଜି ଭଲା ଫୁଟାଇ ଦେବ କି ପାଦ

ମୋ ପାଦରେ ତୁମେ କଣ୍ଟା ସାଜି ଭଲା ଫୁଟାଇ ଦେବ କି ପାଦ

1 min
31

ମୋ ପାଦରେ ତୁମେ କଣ୍ଟା ସାଜି ଭଲା

                 ଫୁଟାଇ ଦେବ କି ପାଦ


ମୋ ପାଦରେ ତୁମେ କଣ୍ଟା ସାଜି ଭଲା ଫୁଟାଇ ଦେବ କି ପାଦ

ସାମାନ୍ୟ କ୍ଷତରେ ପଥରୁ ହଟାଇ କରିବ ଏମିତି ବାଦ

ମୋ ପାଦରେ ତୁମେ କଣ୍ଟା ସାଜି ଭଲା

           ଫୁଟାଇ ଦେବ କି ପାଦ ! ୦ !


ସବୁଠୁ ଉଚ୍ଚାରେ ତୁମକୁ ଭାବିକି ରଖିଛି ସାଇତି ମନେ

ପ୍ରେମ ପ୍ରତାରଣା କେମିତି ଭାବିଲ ନିନ୍ଦାକୁ ସହଜ ଗାନେ

ହାତେ ଅବା ମୋର ପ୍ରେମ ଭାଗ୍ୟ ରେଖା 

ସହଜେ କରିବ ଛେଦ

ମୋ ପାଦରେ ତୁମେ କଣ୍ଟା ସାଜି ଭଲା

           ଫୁଟାଇ ଦେବ କି ପାଦ ! ୧ !


ସରଳ ଭାବକୁ ଚଳେଇ ଦେଉନ ଆଖିକୁ ଦେଉଛ ମୁଜି

କାହାକୁ କହିବି ମୋ ମନ ମଣିଷ ସତରେ ହେଉନ ରାଜି

ଭାଙ୍ଗିବା କଳା କି ଜାଣିଛ ବହୁତ

ହଜିବ ସପନ ନିଦ

ମୋ ପାଦରେ ତୁମେ କଣ୍ଟା ସାଜି ଭଲା

           ଫୁଟାଇ ଦେବ କି ପାଦ ! ୨ !


ତଥାପି ତୁମକୁ ଭଲପାଇ ପରା ଚାହିଁଛି ବାଆଁରା ଆଖି

ଥଟ୍ଟା ମଜା ଖେଳ ଖେଳୁଥିଲ ବୋଲି କହୁନ କରିଛ ସୁଖୀ

ପ୍ରାଣ ଖୋଲା ହସ ହସନ୍ତି ଘଡ଼ିଏ

ପ୍ରେମର ଖୋଲିକି ଭେଦ

ମୋ ପାଦରେ ତୁମେ କଣ୍ଟା ସାଜି ଭଲା

           ଫୁଟାଇ ଦେବ କି ପାଦ ! ୩ !


Rate this content
Log in

Similar oriya poem from Tragedy