STORYMIRROR

Chittaranjan Nanda

Inspirational Others Children

4  

Chittaranjan Nanda

Inspirational Others Children

ମୋ ମାଆକୁ ପଦେ

ମୋ ମାଆକୁ ପଦେ

1 min
248


ମା' ମୋର ପହିଲି ସାଥୀ, ମା ଶବ୍ଦ ମୋର ଥିଲା 

ପ୍ରଥମ ବୋଲିଟିଏ,

ମା' ମୋର ସୁଖ ଦୁଃଖର ସାଥୀ, ମର୍ତ୍ତ୍ୟ ମଣ୍ଡଳର 

ମୋ ପାଇଁ ଜୀବନ୍ତ ଦେବୀଟିଏ ll


ବକ୍ଷରୁ ନିଗାଡ଼ି ଅମୃତ ପିଆଇ, ମୋର ଅଝଟ ସହି, 

ମଣିଷ ଭାବେ ଗଢିଛି ମୋର ମା, 

ଥାଇ ଅନ୍ତରେ ସରାଗ, ମିଛ ମିଛ ରାଗେ, କେତେ ଗାଳି, 

ମାଡ, କାନ ମୋଡିଛି ମୋର ମା l


ଜୀବନରେ ଜିଇଁବାର, ମୋ ବଞ୍ଚି ରହିବାର ସ୍ୱପ୍ନର 

ସର୍ବୋତ୍ତମ ଶିକ୍ଷା, ସେ ଦେଇଛି

ପ୍ରତ୍ୟେକ ଦିନ ଦେଖା ନ ହେଲେବି, ହୃଦୟରେ ନାହିଁ

ଏକ ଦିନ, ଯେବେ ତା କଥା ନଭାବିଛି l


ସେ ମୋ ପାଇଁ ସ୍ବର୍ଗ, ମୋର ତ ସେ ଅଟେ ସତରେ 

ଭାବନାର ବୈକୁଣ୍ଠପୁର

ସହିଛି ସେ ଜୀବନେ କେତେ, ମୋ ଠାରୁ ଅଳି, ଅର୍ଦ୍ଦଳି, 

କଷଣ, ବେଦନା ମୋହର l


ହେଉ ତାର କୋଟି ଆୟୁଷ, ସେ ବଞ୍ଚି ଥାଉ, ହସୁ ଥାଉ, 

ମୋ ପଥ ପ୍ରଦର୍ଶକ ହୋଇ ରହୁ

ତାର ଋଣ ଶୁଝିବା କଳ୍ପନା କରି କି ପାରିବି ମୁଁ କେବେ 

ଏ ଜୀବନରେ ଥାଉ ଥାଉ l


ସବୁ ସନ୍ତାନକୁ କରିଛି ସମାନ ଆଦର କାହାକୁ କରିନି

ପର, ତାର ମହିମା ଅସୀମ ଗରିମାମୟ 

ସଭିଙ୍କ ଆନନ୍ଦ ଅଛି ତା ଜୀବନପଣ, ସକଳ ତୀର୍ଥ 

ତା ଚରଣ ପାଦେ, ନକରିବି କେବେ ତାକୁ ହେୟ l


ମୋ ମାଆର ସରଳତା, ସ୍ନେହର ଭାବନା, ଜୀବନର 

ସଂସ୍କାର ଓ ସତ୍ୟବ୍ରତତା, ଗଢିଛି ମୋ ସଂସ୍କାର

ସେ ମୋହର ପହିଲି ଗୁରୁ, ତା ଠାରୁ ସୁଶିକ୍ଷା ପାଇଛି 

ନିଃସ୍ୱାର୍ଥପରତା, ତ୍ୟାଗ ଓ ପ୍ରେମର l


ମୋ ମାଆର ଭଲ ପାଇବା, ପ୍ରେମ, ତ୍ୟାଗ, ତ ଅଦ୍ଭୁତ ! 

ଅଭିନବ, ଅଲୌକିକ !

ପାଇଛି ତା ପାଖୁ ସ୍ନେହର ମହକ, ବୁଦ୍ଧିର ଉଜ୍ଜ୍ୱଳ ଆଲୋକ 

ତା ହସ୍ତ ସ୍ପର୍ଶରେ ଧନ୍ୟ ହୁଏ ମୋ ମସ୍ତକ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational