ମୋ କୁନି ବଗିଚାର କଲରା
ମୋ କୁନି ବଗିଚାର କଲରା
ମୋ କୁନି ବଗିଚାର କଲରା
ଦେହକୁ ହିତ ଭାରି ନିଆରା ।
ମଧୁମେହକୁ କରିବ ଦୂର
ଏହି ପରିବାକୁ କଲେ ଆଦର ।
ସୁଷମ ଖାଦ୍ୟରେ ଗଣା ତ ଏହା
କଲରା ଶାଗ ତ ଭାରି ବଢ଼ିଆ ।
ଶିଶୁଠୁଁ ବୃଦ୍ଧ ସଭିଙ୍କ ପାଇଁ
ଖାଇବା ସଦା ଭଉଣୀ ଭାଇ ।
ରୋଗ ଜୀବାଣୁ କରଇ ନଷ୍ଟ
ଦୁରେଇ ଦିଏ ଆଖିର କଷ୍ଟ ।
ହୃଦ ରୋଗ ଓ ରକ୍ତ ଚାପର
ସନ୍ତୁଳନ କରେ ନିରନ୍ତର ।
ଭିଟାମିନ ସି ଭିଟାମିନ ଏ
କଲରା ଜୁସ ସଦା ଯୋଗାଏ ।
ରୋଗ ଜୀବାଣୁ କରେ ବାହାର
ରହିବ ନାହିଁ ଚିନ୍ତା ଓ ଡର ।
ଶାଗ ତର୍କାରୀ ସଂତୁଳା ଭଜା
ଖାଇଲେ ଲାଗେ ବହୁତ ମଜା ।
ଖାଇବ ପିତା ଗାଇବ ଗୀତା
ହୋଇବ ଯଦି ଜଗତ ଜିତା ।