STORYMIRROR

Chinmayee Sahoo

Abstract

2  

Chinmayee Sahoo

Abstract

ମୋ କଥା ମନୁ ଲିଭିବ

ମୋ କଥା ମନୁ ଲିଭିବ

1 min
2.6K

ନ ପାରଇ ଦେଖି ତୋତେ ଆହେ ସଖୀ

ଲାଗୁ ତୁ ଦୂରକୁ ଦୂର

ପଙ୍କେ ପାଦ ପ୍ରାୟ ନିମ୍ନଗାମୀ ମୁଁ ଯେ,

ବେଳକୁ ବେଳ ଉଛୁର


ହାତ ବଢ଼ାଇ ମୁଁ ଧରିବି କିପରି

ବୁଡି ବୁଡି ଯାଏ ଦେହ

ବେକସରି ହେଲା ନାକସରି ହେଲେ

ନ ଦେଖିବୁ ମୋର ମୁହଁ


ବଚନ ବଦନ ହୋଇଯିବ ଲୀନ

 ଧିରେ ଅଥଳ ଗଭୀରେ 

ଅସ୍ତିତ୍ବ ହରାଇ ଯିବି ଶେଷ ହୋଇ

ମିଶିଯିବି ତା'ଗର୍ଭରେ


କାଳ ସ୍ରୋତେ ତୋର ମାନସ ପଟରୁ

ମୋର ଛବି ଲିଭି ଯିବ

ନୂଆ ସାଥୀ ସାଥେ ମଜ୍ଜିଯିବୁ ସୁଖେ

ମୋ କଥା ମନୁ ଲିଭିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract