STORYMIRROR

Ajaya Mahala

Romance Tragedy

3  

Ajaya Mahala

Romance Tragedy

ମୋ କଥା ମନେ ପଡେ

ମୋ କଥା ମନେ ପଡେ

2 mins
180

ଜୀବନ ଏଠି ଲାଗେ କେତେ ଫିକା 

ଅମାନିଆଁ ହୋଇ ଉଠେ ଯେତେ ହିକ୍କା 

ଅତୀତର ସ୍ମୃତି ଆଜି ଖୁଣ୍ଟୁଛି ମୁଁ

ତୁମ କଥା ଭାବି କେତେ ଝୁଣ୍ଟୁଛି ମୁଁ

ବିଶ୍ୱାସ କି ମତେ ଆଜି ମିଛ କହେ

ନିଶ୍ୱାସ ମୋ ଅଟକି କିଆଁ ବହେ

ହାଲୁକା ଭଉଁରୀ ଖେଳି ପତ୍ର ଝଡେ  

ତୁମ କଥା କାହିଁ ଭାରି ମନେ ପଡେ ।

ସମୟ ସରେ ନାହିଁ ଝୁରେ ନିତି ମନ

କେଡ଼େ ଅଳସ ସତେ ଏଠି ଦିନ

ଯେବେ ତୁମେ ସେଠି କେବେ ଏକା ଶୁଅ

କାହା ସ୍ମୃତି ସହ ତୁମେ କଥା ହୁଅ 

ନିରାଶ ଉଦାସ ହୁଏ ମନ ଯେବେ

ଆଇନା ଦେଖି ମିଛେ ହସ ଯେବେ

ନାଇଁ ନାଇଁ କରି ଯେବେ ସେଠି ସୂର୍ଯ୍ୟ ବୁଡ଼େ

ମୋ କଥା କି ସତେ ତୁମ ମନେ ପଡେ ?

ମନକୁ ମନେ ତମେ ହସୁଥିଲ 

ସ୍ୱପ୍ନରେ ସହସା ଉଠି ବସୁଥିଲ

କବିତା ଯେତେ ଲେଖୁଥିଲ

ଗଳ୍ପରେ ଭାବ ଯେତେ ମାଖୁଥିଲ

ଫର୍ଦ୍ଦ ଫର୍ଦ୍ଦ ହୋଇ ଯେବେ ସ୍ମୃତି ମେଘ

ଛୁଇଁ ଯାଉଥିଲେ ତୁମ ମନ ଦିଗ

ହାତରୁ କଲମ ଯେବେ ଛାଡି

କଳ୍ପନାରେ ଯାଉଥିଲ ତୁମେ ବୁଡି

ଭାବନାରେ ଆଖି ତୁମ ମେଲା ଥିଲା

ମୋ କଥା କି ମନେ ତୁମ ପଡି ଥିଲା ?

ସ୍ବପ୍ନର ସହରେ ତୁମ ହାତ ଧରି

ପ୍ରତି ମୂହୁର୍ତ୍ତରେ ହୁଏ ରାସ୍ତା ପାରି

ବାହୁରେ ଉଠାଇ ନିଅ ଯେବେ ପ୍ରେମେ

ରହିବାକୁ ଭଲ ଲାଗେ ଚିର ଭ୍ରମେ

ନିଶିଥେ କି ନିଦ ତୁମ ଭାଙ୍ଗି ଯାଏ

ମୋ କଥା ମନେ କି ତୁମ ପଡିଥାଏ?

ପ୍ରେମର ରଙ୍ଗ ତୁମ ବାରମାସୀ

ନାଆଁରେ ନାଆଁ ଯାଇଥିଲା ମିଶି

ହୃଦରେ ରଖି ଥିଲ ଚିତ୍ର ଆଙ୍କି

ବେଳାଭୂମିରେ ଥିଲ ନାଆଁ ଲେଖି

ଢେଉରେ ନାଆଁ ଯେବେ ଲିଭୁ ଥିଲା

ମୋ କଥା କି ମନେ ତୁମ ପଡି ଥିଲା ?

 ସ୍ମୃତି ସଂକଳ୍ପ ପଛ କଥା ଭୁଲି

କିବା ଯାଇଛ କେଉଁ ତୀର୍ଥ ବୁଲି

ସେଠି ବି ମାଗୁଥିବ ଶୁଭ ଫଳ

କଣ ମନାସି ଏବେ ଦୀପ ଜାଳ

ମନ୍ଦିରେ ଦେଖି ତୁମ ଆଖି ଓଦା

ହସିବେ କୃଷ୍ଣଙ୍କୁ ଚାହିଁ ରାଧା

ରହି ରହିକା ଦୀପ ଜଳୁଥିବ

ମୋ କଥା କି ତୁମ ମନେ ପଡୁଥିବ ?

ଏବେ ବି ସେ କଥା ତୁମ ମନେ ଅଛି ?

ଦେଇଥିଲ ଯାହା ମତେ ବାଛି ବାଛି 

ପସନ୍ଦ ରଙ୍ଗ ତୁମ ଶାଢୀ ଦେଖି

ଋତୁ ବି ନିଜକୁ ପାରିଲେନି ରୋକି

ସବୁଜ ପିନ୍ଧିଥିଲା ଓସ୍ତ ଗଛ

ମଳୟ କହୁଥିଲା ତୁଚ୍ଛା ମିଛ 

ଜାଣିନି ବସନ୍ତ କେବେ ଚାଲି ଗଲା

ମୋ କଥା କି ତୁମ ମନେ ପଡି ଥିଲା ?


Rate this content
Log in

Similar oriya poem from Romance