STORYMIRROR

Debaki Behera

Classics Others

3  

Debaki Behera

Classics Others

ମୋ କଳା ଠାକୁର

ମୋ କଳା ଠାକୁର

2 mins
217


ଜଗତ ଭିତରେ ବଡ ଲୋ

ମୋ କଳା ଠାକୁର

ଜଗତର ନାଥ ସିଏ ଲୋ

ମୋ କଳା ଠାକୁର,

ଖୋଜି ଆସେ ମୁହିଁ ଯେତିକି ବାଟ

ପାଏ ନାହିଁ ଖୋଜି କାହାରି ଭେଟ

ଅଛି ଜଣେ ପରା ସିଏ ଲୋ

ମୋ କଳା ଠାକୁର ।

ଅଧା ଗଢ଼ା ଦିଅଁ ସିଏ ଲୋ

ମୋ କଳା ଠାକୁର

ହାତ ଗୋଡ ନାହିଁ ତାର ଲୋ

ମୋ କଳା ଠାକୁର,

ବୁଲିଯାଏ ପୁଣି ମାଉସୀ ଘର

ଭାଇ ଭଉଣୀ କୁ ନେଇ ସାଙ୍ଗର

ରଥରେ ବସିଣ ସିଏ ଲୋ

ମୋ କଳା ଠାକୁର ।

ଛପନ ଭୋଗ ଟି ଖାଏ ଲୋ

ମୋ କଳା ଠାକୁର

ପୋଡ଼ ପିଠା ତାର ପ୍ରିୟ ଲୋ

ମୋ କଳା ଠାକୁର,

ଆନନ୍ଦ ବଜାର ଦେଇଛି ଖୋଲି

ଖାଇବେ ଭକତ ତାହାର ବୋଲି

ଭାରି ଦୟାଵାନ ସିଏ ଲୋ

ମୋ କଳା ଠାକୁର ।

କଳା ରଙ୍ଗ ଅଟେ ତାର ଲୋ

ମୋ କଳା ଠାକୁର

କି ସୁନ୍ଦର ଦିଶେ ସିଏ ଲୋ

ମୋ କଳା ଠାକୁର,

ଚକା ଆଖିଆକୁ ନାଲି ଅଧର

ଦେଖି ଦେଲେ ମନ ହୁଏ ଅସ୍ଥିର

ଖିଲି ଖିଲି ହସ ତାର ଲୋ

ମୋ କଳା ଠାକୁର।

ଶ୍ରୀମନ୍ଦିରେ ଯାଇ ଦେଖ ଲୋ

ମୋ କଳା ଠାକୁର

ରତ୍ନ ସିଂହାସନେ ବିଜେ ଲୋ

ମୋ କଳା ଠାକୁର,

ବଳଭଦ୍ର ଆଉ କାଳିଆ ମୋର

ସୁଭଦ୍ରା ଭଉଣୀ ଗେହ୍ଲି ତାଙ୍କର

ସୁଦର୍ଶନ ସାଥେ ବିଜେ ଲୋ

ମୋ କଳା ଠାକୁର ।

ଭକତ ଭାବରେ ବାଇ ରେ

ମୋ କଳା ଠାକୁର

ଭକତି ଡୋରିରେ ବନ୍ଧା ସେ

ମୋ କଳା ଠାକୁର,

ଭକ୍ତ ସାଲବେଗ ଡାକିଲା ଦୂରୁ

ରଥ ନ ଗଡ଼ିଲା ଟିକେ ମୂଳରୁ

ବାଲୀରଥେ ଯାଇ ଉଭା ଲୋ

ମୋ କଳା ଠାକୁର।

ହାତ ଠାରି ମୋତେ ଡାକେ ଲୋ

ମୋ କଳା ଠାକୁର

ତା ପ୍ରେମେ ପାଗଳ ମୁହିଁ ଲୋ

ମୋ କଳା ଠାକୁର,

ପୁରୀ ଧାଇଁଯିବା ପାଇଁ ମୋ ମନ

ମନ ପକ୍ଷୀ ମୋର ଉଡେ ଗଗନ

ତା ଚରଣେ ଯାଉ ପ୍ରାଣ ଲୋ

ମୋ କଳା ଠାକୁର ।

ଜଗତ ଭିତରେ ବଡ ଲୋ

ମୋ କଳା ଠାକୁର

ଜଗତର ନାଥ ସିଏ ଲୋ

ମୋ କଳା ଠାକୁର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics