STORYMIRROR

Ajit Kumar Raut

Classics

3  

Ajit Kumar Raut

Classics

ମୋ କାଳିଆ

ମୋ କାଳିଆ

1 min
206


କାଳିଆ ମୋ ଆଜି ସାଜିଛି,


କି ସୁନ୍ଦର ପୁଣି ଦିଶୁଛି।


ଆଜି ନନ୍ଦିଘୋଷେ ବସିଛି,


ଭକ୍ତ ମନ ମହି ନେଉଛି।।


ବଡ଼ଦାଣ୍ଡ ଦିଶେ ସୁନ୍ଦର,


ଗୁଞ୍ଜୁଛି ନାମ ପ୍ରଭୁଙ୍କର।।


କାଳିଆର ନାମ ପ୍ରଖର,


ହୁଏ ଭକ୍ତିପୂର୍ଣ୍ଣ ଭୂମିର।।


ପାର୍ବଣ ଭକ୍ତି ଭକ୍ତଙ୍କର,


ରଥଯାତ୍ରା ଅଟେ ତାଙ୍କର।


ତହିଁ ସମାଗମ ଅପାର,


ମନବାଞ୍ଛା ପୂର୍ଣ୍ଣ ତାଙ୍କର।।


ଅଦୁର୍ଶ ରୋଗର ହିଁ ଭୟ,,


ଭକ୍ତ ହିଁ ଅଛନ୍ତି ନିର୍ଭୟ।


ମାସ୍କ ହିଁ ଦେବଟି ବିଜୟ,


ଦୂରତା କରିବଟି ଜୟ।।


କାଳିଆଙ୍କ ନାମ ଗୁଞ୍ଜନେ,


ନାହିଁ ହିଁ ଯନ୍ତ୍ରଣାଟି ମନେ।


ଭକ୍ତିର ପବିତ୍ର ନୟନେ


ପ୍ରଭୁ ଦର୍ଶନ ଜନମନେ।।


ଶଙ୍ଖ ହୁଳହୁଳି ଗୁଞ୍ଜନ,


ହେଉଛି ପ୍ରଭୁଙ୍କ ଭଜନ।


ପ୍ରଭୁଙ୍କ ଆତୁରଟି ମନ


ମାଉସୀ ଘରକୁ ଟି ମନ।।


ରଥ ନନ୍ଦିଘୋଷ ପ୍ରଭୁଙ୍କ,


ମନକୁ ମହୁଛି ଭକ୍ତଙ୍କ ।


ଅଟେ ତାଳଧ୍ଵଜ ଭାଇଙ୍କ,


ତହିଁ ଭକ୍ତିଭାବ ଭକ୍ତଙ୍କ।


ରଥ ଦେବଦଳ ସୁନ୍ଦର,


ବର୍ଣ୍ଣବାର ଶକ୍ତି କାହାର।


ସୁଭଦ୍ରାଙ୍କ ରଥ ସୁନ୍ଦର,


ପଟାନ୍ତର ନାହିଁ ଟି ତାର।।


ବସିଛନ୍ତି ମାଁ ରଥ ଉପର,


ଯାତ୍ରା ତାଙ୍କ ମାଉସୀ ଘର।


ଦିଶେ ଚତୁର୍ଦ୍ଦିଗ ସୁନ୍ଦର,


କି ପରି ବର୍ଣ୍ଣିବି ହିଁ ତାର।।


ଜଗନ୍ନାଥ ରାବ୍ ଶୁଭୁଛି,


ପ୍ରେମ ଶ୍ରଦ୍ଧା ଭକ୍ତି ମିଳୁଛି।


ଚହଳଗହଳ ଭୂମିରେ,


ଭକ୍ତ ହିଁ ନାଚନ୍ତି ଭକ୍ତିରେ।।


କାଳିଆ ମୋ ଆଜି ସାଜିଛି,


କି ସୁନ୍ଦର ପୁଣି ଦିଶୁଛି।


ଆଜି ନନ୍ଦିଘୋଷେ ବସିଛି,


ଭକ୍ତ ମନ ମହି ନେଉଛି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics