STORYMIRROR

Binodini Dash

Classics Inspirational

4  

Binodini Dash

Classics Inspirational

ମୋ ଜୀବନରଥ ଟାଣି ନେ ତୁ

ମୋ ଜୀବନରଥ ଟାଣି ନେ ତୁ

1 min
1


ନନ୍ଦିଘୋଷ ସିନା ଟାଣନ୍ତି ଭକତେ

ନର ଜନମରୁ ଉଦ୍ଧାର ପାଇଁ

ଆତ୍ମା-ନନ୍ଦିଘୋଘେ ତୁ ଜଗା ସାରଥୀ

ଜୀବନରଥକୁ ଟାଣିବା ପାଇଁ ।


ଘିରିଘିରି ସିନା ଗଡ଼େ ତୋର ରଥ

ଦେଖି ଭକ୍ତ ନେତ୍ର ପୂରି ଉଠଇ

ତୁ ଜୀବନରଥ ଟାଣୁଥିବା ବେଳେ

ପଥେ ଦୁଃଖ କଷ୍ଟ ଭେଟଇ ଦେହୀ ।


ତୋ ରଥଯାତରା କରେ ସିନା ତୋରା

ଜଗତଜନଙ୍କ ଚକ୍ଷୁଯୁଗଳ

ଜୀବନ ଯାତରା ଦେଖି ଦେଖି ଦେହୀ

ହସଲୁହେ ପରା କାଟଇ କାଳ ।


ଯିବା ଆସିବାରେ ତୋ ଯାତରା ଶେଷ

ଜୀବନର ରଥ ଅଣଲେଉଟା

ତୋ ରଥରୁ ସିନା ଭାଙ୍ଗେ ଖଣ୍ଡେ କାଠ

ଜୀବନରଥଟା ଭାଙ୍ଗି କି ଥୁଣ୍ଟା ।


ଭକତ ମନକୁ ତୋଷିଥାଉ ତୁହି

ତାଙ୍କ ଚର୍ମଚକ୍ଷୁ କରି ପାବନ

ତୁ ସାରଥୀ ବେଳେ ଉତ୍ତମ ବିଚାରେ

ରଖି ନ ପାରଇ କିଆଁ ତା' ମନ ?


ରଥଯାତ୍ରା ବେଳେ କମ୍ପୁଥାଏ ଦେହୀ

ଭାବଭକ୍ତିରସ ମୁଖରେ ବୋଳି

ତୁ ସାରଥୀ ବେଳେ ଈର୍ଷା ଲୋଭ ମୋହ

ପ୍ରତିକ୍ଷଣ କିଆଁ ଥାଏ ଶଙ୍ଖୋଳି ?


ଏତିକି ବିନତି ଶ୍ରୀପୟରେ ନିତି

ଭଲମନ୍ଦ ମୋତେ ସୂଚାଇ ଦେଇ

ସତ ପଥେ ଚାଳି ମୋକ୍ଷ ଦ୍ବାର ଯାଏ

ମୋ ଜୀବନରଥ ଟାଣି ନେ ତୁହି


ତୋତେ ଭାବେ ଶେଷ ଆଶ୍ରୟସ୍ଥଳ ।


Rate this content
Log in

Similar oriya poem from Classics