ମୋ ଜୀବନର ସଂଘର୍ଷ
ମୋ ଜୀବନର ସଂଘର୍ଷ
ଛୋଟ ବେଳରୁ ହିଁ ଜୀବନେ ମୋର
ଥିଲା ବଡ ଅଭିିଳାଷ,
ଦେଖି ଥିଲି ମୁହିିଁ ଅନେକ ସପନ
କରି ଥିଲି କେତେ ଆଶ ।
ଜୀବନରେ କିଛି କରିବା ପାଇଁ କି
ଲକ୍ଷ ରଖି ଥିଲି ମୁହିଁ,
ବଡ ଲକ୍ଷ ନେଇ ଗତି କରୁଥିଲିି
କାଳ ଯାଉଥିଲା ବହି ।
ମନେ ଭାବିଥିଲି ଉଚ୍ଚ ଶିକ୍ଷା ଲଭି
ଲକ୍ଷ ସ୍ଥଳେ ପହଞ୍ଚିିବି,
ପିତାମାତାଙ୍କ ସମସ୍ତ ଇଚ୍ଛାକୁ
ନିଶ୍ଚେ ପୂରଣ କରିବି ।
ଅନ୍ୟ ପାଇଁ ନିଜେ ପ୍ରେରଣା ସାଜିବି
ସପନ ମୋ ପୂରା ହେବ,
ବାପା ମାଆଁଙ୍କର ଦୁଃଖ ଚାଲିଯିବ
ସୁଖ ଦିନ ଆସିିଯିିିବ ।
ହେଲେ କ'ଣ ହେବ ସବୁ ଇଚ୍ଛା ମୋର
ପାଣିରେ ମିଳେଇ ଗଲା,
ଭାବିଥିଲି ଗୋଟେ ହେଲା ଆଉ ଗୋଟେ
ସବୁ ଧୂଳିିସାତ ହେଲା ।
ପଢିବାକୁ ମନେ ଇଚ୍ଛା ଥିଲେ ମଧ୍ୟ
ବାଧକ ସାଜିଲା ଅର୍ଥ,
ପାଠ ପଢରେ ମୋ ଡୋର ବନ୍ଧା ହେଲା
ପରିଶ୍ରମ ହେଲା ବ୍ୟର୍ଥ ।
ପାଣିର ଫୋଟକା ପରି ଫାଟି ଗଲା
ସୁନେଲି ସପନ ମୋର,
ଅଧପନ୍ତରିିିଆ ହେଲା ମୋର ଶିକ୍ଷା
ସବୁ ହେଲା ଛାରଖାର ।
ଘର ଲୋକଙ୍କର ଧୈର୍ଯ୍ୟ ଭାଙ୍ଗି ଗଲା
ମନେ ଦୁଃଖ ଭରି ଗଲା,
ମୋର ଏହିପରି ଦଃଖ ଦେଖି ତାଙ୍କ
ମନ ବି ଉଦାସ ହେଲା ।
ଶେଷ ମୂହୁର୍ତ୍ତରେ ଛୋଟ ଚାକିରିଟେ
ସୌଭାଗ୍ୟକୁ ପାଇ ଗଲିି,
ତାକୁ ଈଶ୍ବରଙ୍କ ଅବଦାନ ଭାବି
ଗ୍ରହଣ ମୁଁ କରିନେଲି ।
ଏବେ ମୋ ନିଜକୁ ବୁଝାଇ ଦେଇଛି
ଦୁଃଖେ କଷ୍ଟେ ଚଳିଯିିିବି
ଏହା ବିଭୁୁୁଙ୍କର ଇଚ୍ଛା ଭାବି ନିଜ
ଜୀବନ ବିତାଇ ଦେବି ।
