STORYMIRROR

Priyaranjan Biswal

Abstract

2  

Priyaranjan Biswal

Abstract

ମୋ ଜୀବନ

ମୋ ଜୀବନ

1 min
3.2K

ମୋ ଜୀବନ ସାଧା କାଗଜ

ସାଧା ହୋଇ ରହିଗଲା

ଯାହା ଲେଖିଥିଲି

ଲୋତକ ଧାର

ସବୁ ଭସେଇ ନେଲା


ମୋ ଜୀବନ ସାଧା କାଗଜ

ସାଧା ହୋଇ ରହିଗଲା

ଅଦିନ ଝଡ

ଗୋଟେ ଆସିଲା

ଗଛରୁ ଫୁଲକୁ ଝାଡି ସେ ନେଲା

ନା ଝଡର

ନା ଫୁଲର

କାହାର ଦୋଷ ଥିଲା

ଖୋଜି ଖୋଜି ଗଛ

ହାଲିଆ ହେଲା

ଫୁଲକୁ ଝଡତ ହଜେଇ ଦେଲା


ମୋ ଜୀବନ ସାଧା କାଗଜ

ସାଧା ହୋଇ ରହିଗଲା

ଉଡନ୍ତା ପକ୍ଷୀର 

କେଉଁ ଠିକଣା

କିଏ ପାରିବ କହି

ମୋ ଜୀବନ

ଶେଷ ଅଗଣା

ମୁଁ ନିଜେବି ଜାଣେ ନାହିଁ

ସ୍ୱପ୍ନ ଦେଖିଥିଲି

ଯାହା ମୁଁ ସାଥି

ସ୍ମୃତି ହୋଇ ରହିଗଲା

ମୋ ଜୀବନ ସାଧା କାଗଜ

ସାଧା ହୋଇ ରହିଗଲା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract