ମୋ ଜୀବନ ତୁମ ହାତେ
ମୋ ଜୀବନ ତୁମ ହାତେ
ସୁସ୍ଥ ବଳିଷ୍ଠ ସୁନ୍ଦର ଯବାନ ଯୁବକ
ଲୋଡ଼ୁଛି ଧରଣୀ ଯିଏ ଲିଭାଇବ ଶୋକ ।
ତାହାର ସୃଷ୍ଟି କାରକ ସଂଜୀବନୀ ସୂତ୍ର
ଯାହାର ହାସ୍ତରେ ନ୍ୟସ୍ତ ସେତ ବୈଦ୍ୟ ପୁତ୍ର ।
ରିଷ୍ଟ ଖଣ୍ଡନ ପାଇଁକି ସମସ୍ତ ବିଶ୍ଵାସ
ମନ ପ୍ରାଣ ଢାଳି ହୁଏ ଅନ୍ତରୁ ଆଶ୍ବସ୍ତ ।
ଈଶ୍ଵର ସମାନ ପୂଜେ ତାଙ୍କ ପାଦ ଦୁଇ
ଜୀବନ ରଖିବା ପାଇଁ ନେହୁରା ହୁଅଇ ।
ଭୂଲି ଯାଏ ସୁଖ ଶାନ୍ତି କିଏ ଜନ୍ଥଦାତା
ବୈଦ୍ୟରାଜ ଏକ ମାତ୍ର ଭାଗ୍ୟର ବିଧାତା ।
ସେ ବିଶ୍ଵାସକୁ ହୃଦେ ରଖି କର୍ମେ ଅଗ୍ରସର
ସଫଳତା ଦିଏ ତୃପ୍ତି ସୁଧାଠୁ ମଧୁର ।
ଧନ୍ୟ ହୋଇଛି ଆଜି ଭାରତେ ଜନମି
ଜୀବନ ଦାୟକ ପାଦେ ଚକ୍ଷୁ ଯାଏ ନମି ।
ଦୀର୍ଘଜୀବି ହୋଇ ଥାନ୍ତୁ ଯେତେ ଡାକତର
ତାଙ୍କ ଅବଦାନ ହେଉ ଜନ ହିତକର ।