STORYMIRROR

Samar Ballav Bhoi

Abstract Inspirational Children

4  

Samar Ballav Bhoi

Abstract Inspirational Children

ମୋ ଜେଜେ ମା

ମୋ ଜେଜେ ମା

1 min
582

ମା ଶବ୍ଦଟି ସବୁଠି ପ୍ରିୟ

ସବୁଠି ନିଜର ଅତି ଆପଣାର

ମମତା ର ପ୍ରତୀକ

ସ୍ନେହ ଆଦର ର ଗନ୍ତାଘର

ସ୍ବପ୍ନର ସମ୍ଭାର

ମା`ପରେ ଯାହାର 

ପଣତ ହିଁ ପିଲାଙ୍କୁ ଲାଗେ

ସବୁଠୁ ପ୍ରିୟ , ସବୁଠୁ ନିଜର

ସେହି ପଣତରେ ବୋହି ଆସେ

ଶୀତଳ ପବନ ଯେବେ

ଶାଢୀ କାନୀ ଧରି ବିଂଚି ଦିଏ

ସିଏ ତ ମୋ ଜେଜେମା ।

ପିଲାଙ୍କ ପାଇଁ ସେ

କେବଳ କୌତିକିଆ 

ଗପର ପସରା ନୁହେଁ

ବେଳେ ବେଳେ

ମା`ଠୁ ବଳି ମା ବି ସିଏ 

ସିଏ ତ ମୋ ଜେଜେମା ।

ବୟସର ଅପରାହ୍ନେ ବି

ଅଣ୍ଟା ସଳଖି

ପିଲାଙ୍କ ସହ ପିଲା ହୋଇ ଖେଳେ

ସିଏ ତ ଜେଜେମା ।

ଅଝଟ ହେଲେ ବୁଝାଏ

ପଛେ ପଛେ ଗୋଡେଇ ଗୋଡେଇ

ପେଟ ପୁରାଇ ଖାଦ୍ୟ ଖୁଆଏ

ସିଏ ତ ମୋ ଜେଜେମା ।

ନିଦ ନ ଆସିଲେ 

ନାନା ବାୟା ଗୀତ କିମ୍ବା

ବୁଢୀ ଅସୁରୁଣୀ ଗପ କହି ଶୁଆଇ ଦିଏ

ସିଏ ତ ମୋ ଜେଜେମା ।

ମୋବାଇଲ୍ ସ୍ମାର୍ଟ ଫୋନ ଆଜି 

ଦୁରେଇ ଦେଇଛି ସେହି 

ମା`ର ପଣତକାନୀ ଆଉ

ନିଦ ମାଉସୀ ଦେ ଆଉଁସି

ସୁନା ପିଲାକୁ ଆସି

ଉଚ୍ଚ ପରବତ କୁଞ୍ଚି କୁଞ୍ଚିକା ଲୋ

ନିଦ ମାଉସୀର ଘର

ଆଲୋ ମାଉସୀ ଶୁଆଇ ଦେଇଯା

ସୁନା ଧନକୁ ମୋର

ଏସବୁ ଆଜି ଶୁଭେନା ଆଉ

ଗପର ପସରା ଆଜି ଅଲୋଡା ପଡିଛି

ସ୍ମାର୍ଟ ଫୋନ ଆଜି

ପିଲାଙ୍କ ପାଇଁ ନିବିଡ ସମ୍ପର୍କ ଯୋଡିଛି

ଜେଜେମା ର ସ୍ନେହ ଆଦର ବୋଧେ

ସ୍ମାର୍ଟ ଫୋନରେ ହଜିଯାଇଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract