ମୋ ଗାଁ
ମୋ ଗାଁ
ଏଇ ମୋର ଗାଁ ଭାରି ସୁନ୍ଦର
ନଥାଏ ଏଠି ଆପଣା ପର
ପାହାନ୍ତି ରାତିର କାଉ କୋଇଲିର ସ୍ବର
ଏଠି କାହାରି ମନେ ନଥାଏ ଅହଂକାର
ସଂନ୍ଧ୍ଯା ସମୟର ଗୋଧୂଳିର ବାସ୍ନା
ନିର୍ଭୟେ ବିପଦକୁ କରନ୍ତି ସାମ୍ନା
ପଦ୍ମ କୁସୁମର ପରିପୂର୍ଣ ସରବର
ମାଁଙ୍କ ମଧୁର ସ୍ବରେ ଡାକନ୍ତି ରେକୁମର
ସଭିଁଏ ଏଠି ଏକ ପରିବାର
ଜଣଙ୍କ ଦୁଃଖରେ ଗାଁ ଏକାକାର
ଏହି ଗାଁ ପାଇଁ ମିଳୁ ସୁଖ ସମ୍ମାନ
ବଢିଯାଉ ମୋର ଜ୍ଞାନ ସ୍ବାଭିମାନ
