ମୋ ଗାଁ
ମୋ ଗାଁ
ମୋ ଗାଁ ମୋ ପାଇଁ ସରଗଠୁ ବଡ଼
ତା' ମାଟି ଅଟେ ଚନ୍ଦନ ,
ତା' କୋଳେ ବଢିଛି ଅତି ଆଦରରେ
ତା' ପାଇଁ ଦେବି ଜୀବନ ।
ସବୁଜିମା କ୍ଷେତ ତା ଦେହେ ଶୋଭିତ
କୁଳୁ କୁଳୁ ବହେ ନଈ ,
ପକ୍ଷୀ କାକଳିରେ ମୋ ମନ ନାଚେରେ
ନିତି ତା ପାଦ ଚୁମଇ ।
ମୋ ଆଖି ସପନ ତା ଦେହ ଜୀବନ
ଲୋଡ଼ା ନାହିଁ ତାର କିଛି ,
ତା ଦେହ ବାସନା କରେ ଆନମନା
ରହି ନ ପାରେ ମୁରୁଛି ।
ତା ଦେହକୁ ଛୁଇଁ ଗଡିଯାଏ ମୁହିଁ
ପବିତ୍ର ଅଟେ ତା ଦେହ,
ଖିଲି ଖିଲି ହସ ତା ଓଠେ ଦେଖିଲେ
ଭୁଲିଯାଏ ସବୁ କୋହ ।
ତାହାର ଉନ୍ନତି କାମନା ମୋହରି
ଖୁସିରେ ରଖିବି ତାକୁ ,
ଦେଇ ବଳିଦାନ ରଖିବି ତା ମାନ
ରକ୍ଷା କରିବି ତାହାକୁ ।