STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ମୋ' ଗାଆଁ

ମୋ' ଗାଆଁ

1 min
266


ଯେଉଁ ଗାଆଁରେ ଜନମ ହୋଇ

   ବଢୁଛି ସୁଖ ପାଇ

ପାଣି ପବନ ଅମୃତ ଯା'ର 

   ଯା'ର କଳନା ନାହିଁ।୧

ସ୍ବଚ୍ଛ ନିର୍ମଳ ଆଲୋକ ପାଇ

   ଦେଖୁଛି ପରିବେଶ

ଝରଣା ନଈ ପାହାଡ଼ ବନ

   ସଭିଏଁ ସଦା ବଶ।୨

ପ୍ରକୃତି କୋଳେ ଖେଳୁଛି ମୁହିଁ

   ଜୀବନ ଗାଥା ଗାଇ

କୃଷକ ନିତି ଫଳାଏ ଶସ୍ୟ

   ଭୁଞ୍ଜେ ମୁଁ ତାହା ଖାଇ।୩

ପ୍ରାଣୀ ଉଦ୍ଭିଦ ସୁସୃଙ୍ଖଳିତ

   ପ୍ରେମରେ ଯା'ନ୍ତି ମାତି 

ଧର୍ମ କର୍ମରେ ଊଣା କେ'ନୁହଁ

   ପ୍ରତିକ୍ଷଣ ହିଁ ଶାନ୍ତି।୪

ସଞ୍ଜ ସକାଳେ ଧର୍ମର ବାଜା

   ତାରକେଶ୍ୱର ପାଖେ

କୃଷକ ନିତି କ୍ଷେତ ବାଡ଼ିରେ

   କର୍ମେ ଖେଳାଏ ସୁଖେ।୫

ସୁସ୍ଥ ସବୁଜ ସୁନ୍ଦର ପାଇଁ 

    ଖରା କି ବର୍ଷା ଶାନ୍ତି

ଯାଉନା କେବେ ହାଟ ବଜାର

   ଶସ୍ୟ କିଣିବା ଅତି।୬ 

ପ୍ରତିଟି ଲୋକ ଭାରି ନିର୍ମାୟା

   ଛନ୍ଦ କପଟ ବିନା

ଚଳନ୍ତି ନିତି ଭାଇଚାରାରେ

   ଉଡ଼ାଇ ପ୍ରେମ ବାନା।୭

ଦଙ୍ଗା ଓ ହିଂସା ହୋଇନି କେବେ

   ମୋର ଏ ଗାଆଁଠାରେ

ଗୋଟିଏ ପରା କୁଟୁମ୍ବ ଆମ 

   ମନ ଓ ହୃଦୟରେ।୮

ଗାଆଁ କଲ୍ୟାଣ ସଭିଏଁ ଚାହୁଁ

     ତେଜିକି ଆତ୍ମସ୍ୱର୍ଥ

ସୁଖ ସନ୍ତୋଷ ମା' ଗାଆଁଠାରେ

   ହୋଇବ କିଆଁ ବ୍ୟର୍ଥ?୯

ମୋର ଗାଆଁକୁ କୋଟି ଜୁହାର

   ଯାହାର ପାଇଁ ଆଜି

ପେଟକୁ ଦାନା ଦେହକୁ କନା

   ଯୋଗାଇଥାଉ ଖୋଜି।୧୦

       


Rate this content
Log in

Similar oriya poem from Abstract