ମୋ ଗାଆଁ
ମୋ ଗାଆଁ
ସବୁଜ ସୁନ୍ଦର ଗାଁ ଟି ଆମର,
ଗାଁ ରୂପ ମୋର ଅତି ମନୋହର।
ଏଇ ମାଟିରେ ଜନମ ମୋହର,
ତା ପାଣି ପବନେ ଗଢା ମୋ ଶରୀର ।
ଏଇ ଗାଁ ରେ ମୋ ଏନ୍ତୁଡି ଶାଳ,
ଭୂଲିବିନି କେବେ ତାହାର କୋଳ।
ବିଲ-ବଣ-ତୋଟା- ସବୁଜ କ୍ଷେତ,
ଲୁଚକାଳି ଖେଳୁ ହୋଇ ସଙ୍ଗାତ।
ତା କୋଳେ ଖେଳି ମୁଁ ବଡ ହୋଇଛି,
ଅଭୂଲା ସ୍ମୃତିକୁ ଝୁରି ହେଉଛି ।
ଗାଁ ର ଜୀବନ ବହୁତ ସରଳ,
ସହରରେ କିନ୍ତୁ ଅଟେ ବିରଳ।
ଗାଁ ମୁଣ୍ଡରେ ଭୋଳାବାବା ମନ୍ଦିର,
ଦୀପ ଜାଳି ଆମେ ପାଳୁ ଜାଗର।
ଗାଆଁ ରେ ଆମର ନଥାଏ କଳି,
ଭାଇ-ଭାଇ ହୋଇ ଯାଆନ୍ତି ଚଳି।
ଜେଜେବାପା ଜେଜେମା' ଙ୍କ ଆଦର,
ତାଙ୍କର ଶ୍ରଦ୍ଧା ଅତି ଆପଣାର।
ଗାଁ ପାଇଁ ମମତା ଯା' ହୃଦେ ନାହିଁ,
ସଜ୍ଜନ ପୁରୁଷେ ଗଣା ନୁହଁଇ ।