STORYMIRROR

Aishwarya Mishra

Abstract

4  

Aishwarya Mishra

Abstract

ମୋ ଦୁନିଆଁ

ମୋ ଦୁନିଆଁ

1 min
284

ତୁମେ ହିଁ ମୋ ଦୁନିଆଁର ଆରମ୍ଭ

ତୁମେ ହିଁ ମୋ ପ୍ରାରବ୍ଧ

ତୁମେ ମୋ ଅବଚେତନ ମନର ଚେତନ

ମୋ ହୃଦୟର ସ୍ପନ୍ଦନ,


ମୋ ମନ ଅଳକାପୁରୀର ପାରିଜାତ ତୁମେ ,

ମୋ ରଙ୍ଗହୀନ ଜୀବନରେ

ତୁମେ ହିଁ ସ୍ଵପ୍ନୀଳ ନୀଳାଭ ସ୍ଵାକ୍ଷର ,


ନୀଳ ଆକାଶ ପରି ବିଶାଳ ତୁମ ହୃଦୟ

ନୀଳ ସାଗର ପରି ପ୍ରଶସ୍ତ ତୁମ ବକ୍ଷ ,

ଜୀବନର ସବୁ ସୁଖ-ଦୁଃଖରେ 

ଅତି ନିବିଡ଼ ଭାବେ କୋଳେଇ ନିଅ ତୁମେ,


କେବେ ତ କିଛି ମାଗିବାକୁ ପଡ଼ିନି ତୁମକୁ

କେଜାଣି କେମିତି,

ତୁମେ ଜାଣିପାର ସବୁ ଗହନ ମନର ଗୁପ୍ତ କଥା ସବୁ,

ସେଥିପାଇଁ ବୋଧହୁଏ ଅନ୍ତର୍ଯ୍ୟାମୀ ତୁମେ,


ମୋ ଜୀବନ ଅମାବାସ୍ୟାରେ

ତୁମେ ହିଁ ଜ୍ୟୋସ୍ନାସିକ୍ତ ମଧୁର ରଜନୀ

ନିଃସ୍ଵ ନୀରବ ପ୍ରହରରେ

ତୁମେ ହିଁ ମୋର ଏକାନ୍ତ ନିଜର

ଶ୍ୟାମଳ ସ୍ଵପ୍ନସିକ୍ତ କାହାଣୀ ,


ମୋ ଜୀବନ ଯମୁନାରେ

ତୁମେ ହିଁ ସ୍ନିଗ୍ଧ ଉଜାଣି ଜୁଆର

ମଧୁମୟ କଦମ୍ବ ବନରେ

ତୁମେ ମୋର ମୋହନ ବଂଶୀ ସ୍ବର


ମୋ ଜୀବନ ପରିଧିରେ

ତୁମେ ହିଁ ସୀମାବଦ୍ଧ ପ୍ରେମାସକ୍ତ ଇଲାକା 

ତୁମେ ଠାରେ ହିଁ ଆରମ୍ଭ

ମୋ ଦୁନିଆଁର ଚିତ୍ରକଳ୍ପ ,

ମୋ ଜୀବନ କ୍ଷେତ୍ରର କ୍ଷେତ୍ରପାଳକ ତୁମେ,


ତୁମେ ମୋ ସୃଷ୍ଟିର ସର୍ଜନା

ଭାବର ଭାବନା

ସ୍ଵପ୍ନର କଳ୍ପନା,

ମୋ ଦୁନିଆଁର କେନ୍ଦ୍ରବିନ୍ଦୁ ତୁମେ ,

ତୁମ ଚାରିପାଖେ ହିଁ ଘୁରିବୁଲେ 

ମୋ ଜୀବନ ଚକ,


ହେ ଶ୍ୟାମ !

ତୁମ ଶ୍ୟାମଳ ଆଭାରେ ଶ୍ୟାମାଙ୍ଗୀ ମୁଁ ,

ତୁମ ଅନାବିଳ ପୌରୁଷର ସ୍ପର୍ଶରେ

ପ୍ରେମମୟ ପ୍ରକୃତି ମୁଁ ,


ତୁମେ ହିଁ ମୋ ଦୁନିଆଁର ଆଧାର

ମୋ ଜୀବନର କର୍ଣ୍ଣଧାର

ତୁମ ଚାରିପଟେ ହିଁ ଇତସ୍ତତଃ ଘୂରିବୁଲେ

ପ୍ରେମ-ଭକ୍ତିମୟ ମୋର ଅସାର ସଂସାର ,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract