ମୋ ଦେଶ କାହାଣୀ
ମୋ ଦେଶ କାହାଣୀ
ଏହି ଭାରତର ଅଧିବାସୀ ମୁହିଁ,
ଭାରତ ମୋହରି ଦେଶ ।
ଜନମ ମାଟିକୁ ସତ ପ୍ରଣାମ ମୋ,
କାହାଣୀ ତାର ଅଶେଷ ।।
ମୋ ଦେଶ କାହାଣୀ ଅତୀବ ନିଆରା,
ନିଆରା ପାଣି ପବନ ।
ପବିତ୍ର ଭୂମିତା ଦେଵ ତୁଲ୍ୟ ଅଟେ,
ଦେଖାଏ ନୂଆ ସପନ ।।
ଏହି ଦେଶ ବଣ ନଦୀ ନାଳ ଗିରି,
ମନଲୋଭା ପରିବେଶ ।
ବିହଙ୍ଗ କାକଳି କୃଷକର ଅଳି,
ଉଜ୍ଜ୍ୱଳ ଭାରତ ଦେଶ ।।
ଦେଶର ଅବଧି ଦୁଇ ଗୁଣା ଖାଦ୍ୟ,
ଦେଶରେ ହୁଏ ପ୍ରସ୍ତୁତ ।
ଭୁକା ରହିଥାନ୍ତି ଅନେକ ଦୈନିକ,
ଫିଙ୍ଗେ ଧନୀ ଲୋକ ଭାତ ।।
ବିନା କାରଣରେ ବୃହତ ବୃକ୍ଷକୁ,
କାଟି ଦେଇ ଭୀମ ଜନ ।
ଗଢି ତୋଳି ଥାନ୍ତି ପଥ, ଅଟ୍ଟାଳିକା,
କାରଖାନା ପାଇଁ ମନ ।।
ପଶୁ ପକ୍ଷୀ ବଂଶ ଲୋପ ପାଇ ଯାଏ,
ମାନବ ପିପାସା ପାଇଁ ।
ନିରୀହ ମାଉଁସ ଲାଳସାର ବସେ,
କଳୁଷିତ କର ଭୂଇଁ ।।
ସ୍ୱାଧୀନତା ନାହିଁ ପଶୁ ପକ୍ଷୀ ମନେ,
ଭୁଞ୍ଜିବାକୁ ନାହିଁ ଦାନା ।
ଜଳ ସ୍ଥଳ ଭୂମି ସବୁରି ଆୟତ୍ତ,
ଏହି ମାନବର ସିନା ।।
ବିହଙ୍ଗ କୂଳକୁ ସ୍ୱାଦିଷ୍ଟ ଫଳରେ,
ରହି ଥାଏ ଲୋଭ ଭାରି ।
ସେଇ ଫଳ ଆଜି ମାନବ ଅୟତ୍ତେ,
ଖାଇଲେ ଦେବେ ସେ ମାରି ।।
ଭାରତ ମାଆର ସଭିଏଁ ସନ୍ତାନ,
ବିହଙ୍ଗ ମାନବ ପଶୁ ।
ସଭିଏଁ ବଞ୍ଚିବେ ଏହି ଧରା ଧାମେ,
ଅବାଳ ବନିତା ଶିଶୁ ।।
