ଆମ ସମ୍ବିଧାନ ନାହିଁ କେଉଁଠି
ଅଟଇ ଭାରି ସ୍ୱତନ୍ତ୍ର
ଏକରେ ଅନେକ ପୁଣି ଅନେକେ ଏକ
ଦେଶ ଫୁଲ ସମ ପାରିଜାତ
ମୋ ଦେଶର ନାରୀ ଶ୍ରେଷ୍ଠ ନାଉରୀ
ସଭିଏଁ ହୋଇ ଏକତ୍ର
ସଂହତି ସଂସ୍କୃତି ପରମ୍ପରା ଦେବ ନୀତି
ସଭିଙ୍କ ମନ ହୃଦେ ଆଦୃତ
ଦିବ୍ୟ ଭାବନାରେ ଭବ୍ୟ ଦେଶ ରାଜ୍ୟରେ
ସମାହିତ ଚେତନା ସାରସ୍ୱତ
ଭାଷା ଓ ଚଳଣି ପୋଷାକ ରୋଷଣୀ
ଭିର୍ନ୍ନ ଥିଲେ ଵି ସମର୍ପିତ
ସଭିଏଁ ମିଳି ପର୍ବ ଓ ସଂକୃତି ପାଳି
କୋଳାକୋଳି ଆମେ ଜାଗ୍ରତ
ମୋର ନୁଁହଁ ଆମ ଦେଶ ଭାରତ ଜୟ କହି
ହାତ ରେ ମିଳାଇ ହାତ
ଧନ୍ୟ ମାଆ ମାଟି ଫଳ ଭାରେ ବୃକ୍ଷ ଲୋଟି
ଭାରତ ଅଟେ ଧରାରେ ଶାଶ୍ୱତ
ଅଛି ଗଣତନ୍ତ୍ର କରି ପାଳନେ ସମାହିତ
ଫେରାଇ ଆଣିବା ଗୌରବ ହୃତ
ମୋ ଦେଶ ଭାରତ ରାଇଜ ସମ୍ପୂର୍ଣ୍ଣତା ପୂର୍ଣ୍ଣ
ବିଭବ ବୈଭବେ ବିଦିତ
ଆସିଲେ ଝଡ଼, ଝଞ୍ଜା ଅବା ଦୈବ ମାଡ଼
ହୋଇ ଏକତ୍ରିତ କରିବାକୁ କରାୟତ
ଆମେ ଭାରତୀୟ ରଖି ନିଜ ଅସ୍ତିତ୍ୱ
ଭାରତ ମୋ ଦେଶ ଦିବ୍ୟ ପୁରୁଷ ତା ପୁଷ୍ପ
କର୍ମ ଧର୍ମ ଶ୍ରମ ସମାହିତ
ପ୍ରଭୁ ଭଗବାନ ହୋଇ ମେଳି ଏକତ୍ରିତ
ଦେଶର ଟେକ ସାର୍ବଭୌମତ୍ବ
ତ୍ରିରଙ୍ଗା ରଙ୍ଗ ର ଉପସ୍ଥାପନା ଶୈଳୀ
ପିଙ୍ଗଳ କଲେ ସମାଦୃତ
ଗାନ୍ଧିଜୀ ଙ୍କ ବାଣୀ ଖଦଡ଼ ପିନ୍ଧା ଠାଣି
ବ୍ୟକ୍ତିରୁ ଅନୁଷ୍ଠାନ ନିଜେ ସେତ
ଅବତାର ଦଶ ହିସାବ ଭାଗବତ ଗୀତା
ଦିବ୍ୟଧାମ ଧରାରେ ପା ଅନେଶତ
ନକରି ପାରିବା କଥା କରି ଦେଶ ସୁତ
ଆଜି ପାଇ ଅମରତ୍ୱ ବୀରତ୍ୱ
ଝଣ୍ଡା ତ୍ରିରଙ୍ଗା ଉଡ଼େ ଫର ଫର
ଶାନ୍ତି ମୈତ୍ରୀ ପ୍ରୀତି ସଦ୍ଭାବନା ସମାହିତ