ମୋ ଡାଇରୀ
ମୋ ଡାଇରୀ
ଏଇ ମୋର ସାଥି ଡାଇରୀ
କେତେ ସୁଖ ଦୁଃଖ ଏଥିରେ ଦେଇଛି ମୁଁ ଭରି
କେତେ ଯେ ରାତିର ଲୁହ
ନେଇଛି ସେ ପିଇ । ।
ଅକୁହା କଥା, ଅସହ୍ୟ ଯନ୍ତ୍ରଣା
ଯେବେ ଯେବେ ହେଇଛି ମୁଁ ବାଟବଣା
ଦୁଃଖ ସବୁ ଲାଗେ ହାଲକା
ଯେବେ ଲେଖି ଦିଏ କିଛି ଲେଖା ।
କଥା ସିନା କୁହେ ନାହିଁ
ଲୁହ ସିନା ପୋଛେ ନାହିଁ
ତା ଭଳି ସାଥି ଟିଏ
ଆଜି ଯାଏ ପାଇ ନାହିଁ ।
ଦୁଃଖରେ ସା ଥେ ରୁହେ
ସୁଖ ରେ ବି ରୁହେ
ସବୁବେଳେ ନିଜର ନିଜର
ସେ ଲାଗେ । ।
କେତେ ଯେ ସ୍ମୃତି ମୋର
ସେ ରଖିଛି ସାଇତି
ଅପେକ୍ଷା ରେ ସତେ ମୋର
ଥାଏ ସେ ନିଇତି ।
ଦେହ ସାରା ତାର ଦିଏ ମୁଁ ଗାରେଇ
କେତେ ଅଙ୍କା ବଙ୍କା ଛବି
ପ୍ରତିବାଦ କରେ ନାହିଁ
ଯାଏ ସବୁ ସହି ।
ନିଃସ୍ୱାର୍ଥପର ବନ୍ଧୁତା ତା ର
ରହିବ ସଦା ପାଶେ
ସବୁ ସୁଖ ଦୁଃଖ
ଲେଖେ ତା ର ଦେହେ । ।