STORYMIRROR

Chittaranjan Nanda

Abstract Others

4  

Chittaranjan Nanda

Abstract Others

ମୋ ବୋଉ ର ସ୍ମରଣେ

ମୋ ବୋଉ ର ସ୍ମରଣେ

1 min
400


ସୁନ୍ଦର ସୁଲୁ ସୁଲୁ ବାଆ ଏଇଠି ବହୁଛି 

ଦୂର ଆକାଶ ତ ଅନ୍ଧକାର, ଅନ୍ଧାର ଅଛି

ତୋର ମୂଖରେ ଆଜି ମୁଖାଗ୍ନି ଦେଇଛି

ଶଶ୍ମାନରେ ତୋର ଚିତା ଜଳି ଉଠିଛି

ପ୍ରକୃତିର ଗର୍ଭେ ମୃତ୍ୟୁ ତ ଅଟେ ନିଶ୍ଚିତ

ଆଉ ସରବ କ୍ଷଣିକ, ଏହା ତ ସତ୍ୟ

ତୋରି ପାଇଁ ମୁଁ ଆସିଛି ଏ ମହୀରେ

ସତ୍ଯର ପଥ ଭରିଲୁ ମୋ ଆତ୍ମାରେ

ମୋତେ ହୃଦୟରୁ ଭଲ ପାଉ ଥିଲ

ଝଡ଼ ଝଞ୍ଜା ଜୀବନେ ମୋତେ ଦେଖି ଭୁଲୁଥିଲ

ଦୁଃଖ ଭୂଲାଇବା ପଣ ମନେ ପଡୁଛି

ତୋ ମମତା ଅଭୁଲା, ହୃଦୟେ ଘାରୁଛି

ଅନିନ୍ଦ୍ୟ ସର୍ଜନାରେ ସନମାନ ନାରୀ 

ମୋ ପ୍ରଥମ ଶିକ୍ଷକ, ଦେଲୁ ଶିକ୍ଷା ଭରି

କହୁ ନାରୀ ନାରାୟଣୀ, ଏଇ କଥା ସତ

ନାରୀ ନାରକୀ ହୁଏନି, ଏହା ତ ଅସତ୍ୟ

କହୁଥିଲୁ ସଦା, ନାରୀ ସଂହାରିଣୀ କାହିଁକି

କୃଷ୍ଣା କେଶ ଖୋଲା, ଧର୍ମ ସଂସ୍ଥାପନା ପାଇଁକି  

ଅସତ୍ୟ ଉପରେ ହୁଏ ତ ସତ୍ଯର ବିଜୟ

ସଦା ସର୍ବଦା ଅଧର୍ମର କଷ୍ଟେ ହୁଏ ପରାଜୟ 

ମୋ ବେଦନାର ତୁମେ ଆଧ୍ୟାତ୍ମିକ ସ୍ରୋତ ଥିଲ

ସେ ସ୍ରୋତେ ଭାସିବାର ଧୈର୍ଯ୍ୟ ଯୋଗାଉ ଥିଲ

ତୁମ ଦୁନିଆର ଯାତ୍ରାଟା ଆଜି ସାରି ଚାଲି ଗଲ

ଖସଡ଼ା ରାସ୍ତାରେ ମୋତେ ଏକୁଟିଆ କରି ଗଲ

ଯିବାକୁ ପଡ଼ିଲା, କଅଣ କହିଥା'ନ୍ତି ବା ତୁମକୁ

ଚାଲିବି ନେଇ ତୁମେ ସିଞ୍ଚି ଦେଇ ଯାଇଥିବା ଅନୁଭଵକୁ ll


Rate this content
Log in

Similar oriya poem from Abstract