STORYMIRROR

Ajay kumar Behera

Abstract

2  

Ajay kumar Behera

Abstract

"ମୋ ଭାରତ"

"ମୋ ଭାରତ"

1 min
371

କେଡ଼େ ସୁନ୍ଦର

ମୋ ଭାରତ ଦେଶ

ସାରା ବିଶ୍ୱରେ ହୋଇଛି ଖ୍ୟାତ

ଛୋଟରୁ ବଡ଼ ସଭିଏଁ ଏଠି

ଖୁସି ବାଣ୍ଟନ୍ତି ହୋଇଏକାଠି


ନ ଥାଏ ପୁଣି

ଆପଣା ପର

ଆମ ଏ ପୂଣ୍ୟ ଦେଶରେ

ଖ୍ୟାତ ଏ ଦେଶ

ଆର୍ଯ୍ୟବର୍ତ୍ତ ନାମରେ


ମୁନିଋଷି ଦେଶ

ଏହି ଭାରତ ଭୂଇଁ

କାହିଁ କେଉଁ ଅନାଦି କାଳରୁ

ବିଶାଳ ହିମାଳୟ ରହିଛି ଚାହିଁ


କୁଳୁକୁଳୁ ନାଦେ ବହେ

ଏଠି କେତେ ଝରଣା

ସୁମଧୁର କଣ୍ଠେ

ଗାଏ କୋକିଳ

ଦକ୍ଷିଣ ସୁଲୁ ସୁଲୁ ବାଆ

ବହେ ମନ୍ଦ ମଳୟ

ଜଣା ପଡେ ନାହିଁଟି ବେଳ


ପୂର୍ବାକାଶେ ହସଇ

ବାଳୁତ ରବି

ସୁ ନୀଳ ଆକାଶେ

ଦିଶଇ ଲୋହିତ ଛବି


ଚୋଷା ପୁଅ

କେଡ଼େ ଆନନ୍ଦ ହୋଇ

କ୍ଷେତକୁ ଯାଏ ସେ

ସାଥେ ହଳ ଲଙ୍ଗଳ ନେଇ


ଦିନସାରା ଖେତେ

ଖଟଇ ପୁଣି

ବେଳ ଗଡି ଯାଏ ପାରେନି ଜାଣି


କେଡ଼େ ସୁନ୍ଦର ଆମ

ରୀତି,ନୀତି,ପରମ୍ପରା

କୋଟିଏରେ ଗୋଟିଏ

ଆମ ଦେଶ ପରା


ଏଠି ଭାଇ ଚାର ସମ୍ପର୍କ

ସତେ କେଡ଼େ ସୁନ୍ଦର

ପର ବି ଲାଗଇ ନିଜର

ନ ରଖି ବାଛ ବିଚାର

କର୍ମ କରି ଚାଲୁ

ଆମେ ହୋଇ ସୁଧାର


କେଡ଼େ କେଡ଼େ ମହାବୀର

ଥିଲେ ଏହି ଦେଶରେ

ଶତ୍ରୁ ପରାଜିତ ହୁଏ

ତାଙ୍କ ରଣଝଙ୍କାରେ


ଅନନ୍ତ ଯଯାତି ମହାମହାବୀର

ଇତିହାସ ଜାର କରେ ପ୍ରଚାର

ସେହି ବୀର ଦେଶେ ପୁଣି

ଜନ୍ମ ଆମର


ମୋ ଭାରତ ଦେଶ

ମୋ ଅତି ନିଜର

ତା ପାଇଁ ଗର୍ବେ ଆଜି

ଉର୍ଦ୍ଧ୍ବରେ ରହିଛି

ଆମରି ଶିର


କେତେ କେତେ କବି

ଏହି ଦେଶରେ ରଚିଲେ

ଭାରତ ଅମର ଗାଥା

ନିଜ କଲମ ମୁନରେ

ଯାହା ପାଇଁ ଧନ୍ୟ ମୋ ଦେଶ ହୋଇଛି ଆଜି

ଏ ସାରା ବିଶ୍ୱରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract