STORYMIRROR

Sadananda Pratihari

Abstract

2  

Sadananda Pratihari

Abstract

ମୋ ଭାରତ

ମୋ ଭାରତ

1 min
202

ମେରା ଭାରତ ମହାନ ବୋଲି ଯେବେ କରେ ଉଚ୍ଚାରଣ

ହୃଦୟର ପ୍ରତିଟି ତନ୍ତ୍ରୀରେ ଆସିଯାଏ କମ୍ପନ

ଖେଳାଇଦେଇ ଶିରା ପ୍ରଶିରାରେ ସ୍ୱାଭିମାନର ଶିହରଣ

ଅତୀତର ବାରମ୍ବାର ବିଦେଶୀ ଆକ୍ରମଣ

ଶାସନର ବର୍ବରତା ଅତ୍ୟାଚାର ଓ ଲୁଣ୍ଠନ

ସହିଦ ସଂଗ୍ରାମୀଙ୍କ ବଳିଦାନ କ୍ରମେ ଉଙ୍କିମାରେ

ମୋ ମାନସ ପଟ୍ଟରେ ବାରମ୍ବାର

ଭରିଦେଇ ହୃଦୟରେ ଅଶେଷ ଘୃଣା ଓ ସୀମାହୀନ ଯନ୍ତ୍ରଣା

ଯାହାର ଐତିହ୍ୟ ଏତେ ମହାନ

ସାରାବିଶ୍ୱେ ଯିଏ କୀର୍ତ୍ତିମାନ

ହିନ୍ଦୁ ମୁସଲମାନ ପାର୍ସି ଜୈନ ବୌଦ୍ଧ ଖ୍ରୀଷ୍ଟିଆନ

ଯାହାର ପ୍ରିୟ ସନ୍ତାନ

ବିବିଧତା ମଧ୍ୟେ ଐକ୍ୟ ଯାର ନିଦର୍ଶନ

ସେହି ଭାରତମାତାର କୋଳେ ନେଇଛି ମୁଁ ଜନ୍ମ

ସେଥିପାଇଁ ଭାବେ ମୁଁ ନିଜକୁ ବଡ଼ ଭାଗ୍ୟବାନ

ଯାହାର ସଂସ୍କୃତି ଓ ପରମ୍ପରା ବିଶ୍ୱେ ପ୍ରସଂଶିତ

ଜାତିଧର୍ମ ବର୍ଣ୍ଣ ନିର୍ବିଶେଷେ ସର୍ବେ ଏକତ୍ରିତ

ଯାହାର ପାଣି ପବନ ଶସ୍ୟ ଖାଇ ବଞ୍ଚିବାକୁ ହେବ ଥିବାଯାଏ ପ୍ରାଣ

କଲେ ଅନ୍ୱେଷଣ ବିଶ୍ୱର ପ୍ରତିଟି କୋଣ ଅନୁକୋଣ

ମିଳେନାହିଁ ଯେଉଁ ମାଟି ମମତାର ନିଦର୍ଶନ

ସେହି ଭାରତ ମାତାର ସୁରକ୍ଷା ସଂଭ୍ରମ

ନୁହେଁ କଣ ଆମର ପରମ ଧର୍ମ

ଭୁଲି ସକଳ ଭେଦଭାବ, ହୋଇ ଉଦ୍ବୁଦ୍ଧ ଦେଶପ୍ରେମ ଐଁକ୍ୟେ

ଦେଖିବା ନୂତନ ରୂପରେ,

ନଥିବ ଯେଉଁଠି ସ୍ୱାର୍ଥ ଅହମିକା ଶୋଷଣ ଦୁର୍ନୀତି ଚଂଚକତା

ଥିବ ଖାଲି ନିଚ୍ଛକ ଦେଶପ୍ରେମ ଏବଂ ଜାତୀୟତା


Rate this content
Log in

Similar oriya poem from Abstract