ମୋ ବାପା ମୋ ଆଦର୍ଶ
ମୋ ବାପା ମୋ ଆଦର୍ଶ
ସଙ୍ଘର୍ଷର ଅନ୍ୟ ଏକ ନାଆଁ ବାପା
ଜୀବନର କଣ୍ଟକିତ ପଥକୁ
କୋମଳ ଫୁଲରେ ସଜେଇଥିଲେ
ମୋ ବାପା
ସ୍ୱୟଂ ସଙ୍ଘର୍ଷରେ ଲିପ୍ତ ରହି
ଆମକୁ ବିପଦରୁ କରିଥିଲେ ମୁକ୍ତ
ଆସିଥିଲା ବାଆ ବତାସ
ଆଉ କେତେ ବାଧା ବିଗ୍ନ
କିନ୍ତୁ ହଟ୍ଟି ନଥିଲେ ବାପା
ତାଙ୍କ କର୍ତ୍ତବ୍ୟ ପଥରୁ
ଅନବରତ ସେ କର୍ମ କ୍ଷେତ୍ରରେ
ନିଜ ଶୋଣିତକୁ
ସ୍ୱେଦ ଆକାରରେ ନିଗାଡି ଦେଉଥିଲେ
ଏ ବସୁଧା ବକ୍ଷରେ
ମାତ୍ର ଆମ ମୁଖରେ ଟିକେ
ହସ ଦେଖିବାକୁ
କେବେ ଦୁଇ ଓଳି ଭଲରେ
ଖାଦ୍ୟର ସ୍ୱାଦ ଚାଖି ପାରୁନଥିଲେ ତ
କେବେ ରହୁଥିଲେ ଉପବାସ
କିନ୍ତୁ ନିଜ ଦୃଢ଼ ମନକୁ
କେବେ ଭାଙ୍ଗି ପକାଇ ନଥିଲେ
ଝାଟିମାଟିର କୁଡିଆ ସାଙ୍ଗକୁ
ସେ ପୁରୁଣା ସାଇକେଲରେ
ବିତୁଥିଲା ଜୀବନ
ଚାଲୁ ଚାଲୁ ତାଙ୍କ ଆକାଶ ରୂପି କୋଳରେ
ଉଇଁଥିଲା ପୂର୍ଣ୍ଣିମା ରାତିର ପୂର୍ଣ୍ଣଚନ୍ଦ୍ର
ଆଉ ଦେଇଥିଲା ସୁଶୀତଳ ଛାୟା
ବୋଧେ ଥିଲା ମୋ ଉପରେ
ବାପାଙ୍କ ସେହି ନିଆରା ଆଶୀର୍ବାଦ
ଗୋଟେ ସୁଗମ୍ୟ ପଥ ପାଇଁ
ଆଜି ସେ ପଥ ହେଇଛି ପୁଷ୍ପିତ
ଆଉ ସେ ପରିବାର ରୂପି ଆକାଶରେ
ଝିଲିମିଲି ହେଇ ହସୁଛନ୍ତି
ସେ ଚନ୍ଦ୍ର ତାରା ।