ମୋ ଅର୍ଦ୍ଧାଙ୍ଗିନୀ
ମୋ ଅର୍ଦ୍ଧାଙ୍ଗିନୀ
ଜନମ ଜନମ ପାଇଁ ସାଥୀଟିଏ ସିଏ
ମନ ଲାଖି ମନଟିଏ ପାଇଛି ସତେ
ମନର ମାନିନୀ ଜୀବନ ସଙ୍ଗିନୀ
ମୁଁ ପାଇଛି ମୋ ଜୀବନ ପଥେ ।
ସବୁ ଦୁଃଖ ସହି ସଂସାର ଚଳାଏ
ମନେ ନଥାଏ ଟିକିଏ ସଙ୍କା
ସବୁରି କଥାରେ କାନ ଡେରି ଶୁଣେ
ଦିଏ ନାହିଁ କେବେ ଧୋକା।
ମନ ଜାଣି ସିଏ ଖାଦ୍ୟ ପରଶଇ
ମନ ଭାଙ୍ଗିଗଲେ ସିଏ ବୁଝାଇଥାଏ
ସବୁ ଦିଗକୁ ସିଏ ନିରେଖି ପରଖି
ମନରୁ ସେ ଦୁଃଖ ଦୁରେଇ ଦିଏ।
ସଂସାର ଯାତନାକୁ ଲୁହ ତଳେ ଚାପି
ଦୁଃଖକୁ ଆଦରି ଚାଲେ ମୋ ବାଟେ
ସନ୍ତାନଙ୍କ କଷ୍ଟ ଯେବେ ଭାରି ପଡେ
ଆପସୋ ସମାଧାନ କରଇ କଷ୍ଝେ।
ମୋ ସୁଖ ଦୁଃଖ ହସ କାନ୍ଦରେ
ସଦାସର୍ବଦା ସେ ରହେ ସହଭାଗୀ
ମୋ ସବୁ କାର୍ଯ୍ୟରେ ପ୍ରତି ମୂହୁର୍ତ୍ତେ
ସଦାସର୍ବଦା ରହିଥାଏ ଅନୁରାଗୀ।
ସୁଖ ଦୁଃଖ ମୋର ଭାଗବାଣ୍ଟ କରି
ନେଇଥାଅ ସଦା ମୋ ପ୍ରିୟଭାଷିଣୀ
ବିପଦେ ଆପଦେ ବନ୍ଧୁ ପରି ମୋତେ
ଦେଇଥାଅ କେତେ ଉପଦେଶ ବାଣୀ।
ବିପଦେ ଆପଦେ ଧରି ଥାଏ ହାତ
ସର୍ବଦା ଢାଳଇ ସ୍ନେହର ପ୍ରୀତି
ସୟନେ ସ୍ଵପନେ ଅବା ଜାଗରଣେ
ଗଢେ ଆଶା ଭରସାର ଭିତ୍ତି ରୀତି।
ସତ୍ଯ ସୁନ୍ଦର ଅଭେଦ୍ୟ ନଗର
ତୁମେ ତ ମୋ ମ୍ରୁଗନୟନୀ
ପ୍ରୀତି ପାର୍ବଣର ସାହାନାଇ ସତେ
ତୁମେ ତ କୁହୁକ ରାଣୀ।
ବନ୍ଧୁ ପରିଜନ ରଖିଥାଅ ବାନ୍ଧି
ଲମ୍ବାଇ ନିଜର ପଣତକାନୀ
ଚିନ୍ତା ଦୁଃଶ୍ଚିନ୍ତାକୁ ଭୃକ୍ଷେପ ନକରି
ଆଙ୍କି ଯାଅ କେତେ ମନ କାହାଣୀ।
ମାନ ଅଭିମାନ ରାଗରୁଷା କଲେ
ବୁଝାଇ ସୁଝାଇ କରେ ନିଜର
ଆତ୍ମା ତୁମେ ମୋର ମୁଁ ତମ ମନ୍ଦିର
ସର୍ବଦା ଅଟେ ସେ ମୋ ଆଧାର।
ହୋଇପାରେ ମୁହିଁ ଧନରେ ଗରୀବ
ମନରେ ଅଟେ ସେ ଧନୀ
ପରିସ୍ଥିତି ଦେଖି ଚାଲେ ମୋର ସାଥେ
ସିଏ ମୋ'ର ଅର୍ଦ୍ଧାଙ୍ଗିନୀ ।