ମନୁଆ ମନଟା
ମନୁଆ ମନଟା
ମନ କଥା ମନରେ ରହେ
ମନଟା ମନୁଆ ହୁଏ
ମନଟାକୁ ମନେରେ ମନେଇ
ମନସ୍ଥିତିକୁ କହି ବୁଝେଇ
ଅବୁଝା ରାଜାକୁ ଅମଡାବାଟଟେ
ସହଜରେ ବୁଝେନା ମନଟେ
ମନ ମାନେନା
କଥା ଶୁଣେନା
ମନରେ ରହି କି ବିଦ୍ରୋହ କରେ
ଦମନ କଲେ ମନରେ ଭରେ ନିଆଁରେ
ମନକୁ ବୁଝାଇ ହୁଏନା|
ଦୁଷ୍ଟ ପିଲା ମନ କଥା ଶୁଣେନା
ଉଠବସ୍ କରେଇବା ନିଶା ମନର||
ଆଶା ମରଇ ଥାଏ ମନରେ
ଇତଃସ୍ତତଃ ଧାଏଁ ସେ ମନରୁ ବାହାରି
ମନଟା ଚଗଲା ପଶିଯାଏ କବାଟ ଖୋଲି
ଧସି ଆସେ ମନ ଭିତରେ ବଗୁଲିଆ କଥା
ମନକୁ ବାନ୍ଧି ଫାନ୍ଦରେ ପକାଇବାକୁ ବୃଥା
ମଗ୍ନ ମନ ମନ୍ଦିରେ ଆଜି ବି ସେ ଅତିଥି ପରି
ଆସେ ଯାଏ କେବେ କାହାକୁ ପ୍ରେମ କଲା ପରି
ଦୁନିଆର ସମ୍ରାଟ ମନଟା ଖେଳାଳି ରୂପରେ
ଚୁପଚାପ ବଶୀଭୂତ କରେ ପ୍ରେମ ମନରେ||