ମନଟିଏ ଲୋଡା
ମନଟିଏ ଲୋଡା
କେହି ଏଠି କାର ହୃଦୟ ବୁଝେନି
ସଭିଏଁ ସ୍ୱାର୍ଥର ଦାସ
କାମନାର ନିଆଁ ଜଳେ ଚତୁର୍ଦ୍ଦିଗେ
ଦେହେ ବାଜେ ତାର ଧାସ I
ପେଶି ହୋଇଯାଏ ସରଳ ହୃଦୟ
ହୃଦୟଟେ ଖୋଜି ଖୋଜି
ହୃଦୟ ବଦଳେ ପ୍ରତାରଣା ମିଳେ
ସୁଖ ସବୁଯାଏ ହଜି I
ମନ ବୋଲି କିଛି କା‘ ପାଖରେ ନାହିଁ
ଭୋଗ ବିଳାସରେ ବୁଡି
ମଣିଷ ପଣିଆଁ ଖୋଜିଲେ ମିଳେନି
ହୃଦୟଟା ଅନ୍ଧଗଳି I
ଅନ୍ଧଗଳିରେ ଯେ ଜୀବନ ଜୀଉଁଛି
ସେ କାହୁଁ ପାଇବ ମନ
ଜୀବନ ଯାହାର ପଙ୍କିଳ ରାସ୍ତାଟେ
ଲୋଡା ଖାଲି ତାର ଧନ I
ଏତିକି ଜାଣିଥା ପାଗଳ ମଣିଷ
କ୍ଷଣସ୍ଥାୟୀ ଅଟେ ଧନ
ସୁଖ ଆନନ୍ଦରେ ବଞ୍ଚିବା ପାଇଁକି
ଲୋଡାହୁଏ ଏକ ମନ ।
