STORYMIRROR

Bidyadhar Mantry

Abstract Inspirational Others

4  

Bidyadhar Mantry

Abstract Inspirational Others

ମନର ଅଭିମାନ

ମନର ଅଭିମାନ

1 min
342



ମନ ଅସ୍ଥିର

ଆଜି ଏଇଠି ଚଳନ୍ତି କଥା

କାଲି ହୁଏତ କେଉଁଠି,କି କଥା ଅନିଶ୍ଚିତ

ମନର ସବୁ କଥା ଗ୍ରହଣୀୟ ନୁହେଁ

ମନରେ ଅଭିମାନ ବି ଆସେ 

ନିୟନ୍ତ୍ରଣ ବାହାରକୁ ମନର ଯାତ୍ରା।


ଅଭିମାନର ଭାଷା ଭିନ୍ନ ଭିନ୍ନ

ଅଭିମାନର ରୂପ ବି ଅଲଗା ଅଲଗା

ଅଭିମାନର ସତ୍ତା ପ୍ରାୟ ସବୁଠି

ଯେଉଁଠି ସମ୍ପର୍କ ସେଇଠି ଅଭିମାନ

ଅଭିମାନର ବି ମାନ ଅଛି

ଅଭିମାନର ମାନ ବିଚାର ଯୋଗ୍ୟ

କାରଣ ଖୋଜିବାକୁ ହୁଏ

ଅଭିମାନ ଆଢ଼ୁଆଳେ ଲୁପ୍ତ ଭାବନା

କଷ୍ଟ ଦାୟକ ଭାବନା ହିଁ ଅଭିମାନ 

ଅଭିମାନ ରେ ମନ ଦୋହଲି ଉଠେ ।


ଅଭିମାନ ଭଞ୍ଜନ ପରେ ହିଁ ସୁସମ୍ପର୍କ

ସମ୍ପର୍କ ଦୁର୍ବଳ ର କାରଣ ବି ଅଭିମାନ

ହୃଦୟର ଅକୁହା ଭାଷା ହିଁ ଅଭିମାନ

ପ୍ରେମିକା ଅଭିମାନର ମୁଖ୍ୟ ପୁରୋଧା

ଅଭିମାନ ହିଁ ପ୍ରେମିକାର ଅସଲ ଗୁଣବତ୍ତା

ପ୍ରେମିକାର ଅନ୍ୟ ନାମ ଅଭୀମାନିନୀ

ଅଭୀମାନିନୀ ର ପଛେ ପଛେ ମନ।


ଅଭିମାନ ଏକା ଏକା ମନ ରାଇଜରେ

ଅଭିମାନ ନିହାତି ନିଜସ୍ଵ ଭାବନା

ଅବ୍ୟକ୍ତ ଭାଷା ଲୁକାୟିତ ହୃଦୟ କନ୍ଦ ରେ

ପ୍ରେମିକାର କ୍ଷଣସ୍ଥାୟୀ ଅଭିମାନ

ଭଞ୍ଜନ ବି ହୁଏ, ଭାସିଯାଏ କଥାର ଢ

େ଼ଉରେ

ପ୍ରେମିକ ହାତ ର ସ୍ପର୍ଶ ଓ ମିଠା କଥାର ସ୍ରୋତରେ 

ଅମାନିଆ ଢେ଼ଉ ପରି ଅଭିମାନିନୀ ପ୍ରେମିକା

ଅଭିମାନ, ଅଦିନିଆ ମେଘ ପରି

ବର୍ଷା ହେଉ ନ ହେଉ, ମେଘ ମିଳେଇ ଯିବ

ପ୍ରିୟା ଅଭିମାନ କରିବ , ମନେଇଲେ ମାନି-ଯିବ

ପ୍ରିୟା ପାଖରେ ମନ ଉଚ୍ଛନ୍ନ ବି ହେବ ।


ଅଭିମାନ ହିଁ ପ୍ରେମିକାର ଶୋଭା

ଅଭିମାନ ଥିଲେ ପ୍ରେମରେ ନିବିଡ଼-ଆକର୍ଷଣ

ଅଭିମାନ, ପ୍ରିୟାର ଅସଲ ଚେହେରା

ଅଭିମାନ ନିକଟରେ ପ୍ରେମିକର ସମର୍ପଣ ଭାବ

ଅଭିମାନ ରୁ କବିତା ଓ କାବ୍ୟ

ଅଭିମାନ ହିଁ ସମ୍ପର୍କର ସୂତା ଖିଅ

ଅଭିମାନ ହିଁ ଅଳଙ୍କାର ଅଭିମାନିନୀ ର

ଅଭିମାନ ଯୁଗ ଯୁଗାନ୍ତ ରୁ 

ଅଭିମାନ ରେ ପ୍ରେମିକାର ପ୍ରାଣ

ଅଭିମାନ ଭଞ୍ଜନ ହିଁ ପ୍ରେମିକ ର ପଣ

ମନ ବିଚଳିତ ଅଭିମାନର ପରଶେ।


ମନ ଅମାନିଆ

ମନ ଧାଇଁ ଯାଏ,ସାମିଲ୍ ହେବାକୁ

କାହା ମାନ ଅଭିମାନ ମନ ବେଦନା ସହିତ

ମନ ଲାଖି ବି ଯାଏ 

ମନର ନିୟନ୍ତ୍ରଣ ହିଁ ଏକାନ୍ତ କାମ୍ୟ 

ବିବେକ ହିଁ କେବଳ ଉପାୟ

ବିବେକ ହିଁ ମନର ନିୟନ୍ତ୍ରଣ-କାରୀ

ମନ ସ୍ଥିର ଥାଇ ନିର୍ଣ୍ଣୟ ନିହାତି ଜରୁରୀ

ମନର ଅଭିମାନ ଭଞ୍ଜନ ହିଁ ସୁସ୍ଥ ଜୀବନ।


Rate this content
Log in

Similar oriya poem from Abstract