STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ମନପକ୍ଷୀ

ମନପକ୍ଷୀ

1 min
131

ମନ ପକ୍ଷୀ ମୋର

ଆଜି ଉଡ଼େ ଫର ଫର

ଆଜି ସେ ନୁହେଁ କାହାର

କି

କେହି ଵି ନୁହେଁ ତାହାର

ସାଜିଛି ଆଜି

ବାଟବଣା ପଥିକ ସେ

ଯାଯାବର ଜୀବନକୁ ଆଦରି ନେଇଛି

ଅମଡ଼ା ବାଟରେ ପାଦ ଦେଇ

ଝୁଣ୍ଟିଛି ଆଉ ହୋଇଛି ରକ୍ତାକ୍ତ କେତେ ଥର

ନିଜର ଭାବି

ଯାହାକୁ କରିଥିଲା ନିଜର

ହୃଦୟ ହାଣି

ସପନ ଭାଙ୍ଗି

ଅଧାବାଟେ ହାତ ଛାଡ଼ି କରିଦେଲା ସିଏ ସାତପର

ହଜାଇ ନିଜକୁ

ଖୋଜି ବୁଲେ ଆଜି

ମମତାର ମନ୍ଦିର

ଜାଣିଛି ସେ

ଏଠି ତ ସମସ୍ତେ ପ୍ରେମର ଫକୀର

ସେଥିପାଇଁ ତ

ସେ ମନାଇ ନେଇଛି ତା ଅବୁଝା ମନକୁ

ଏଠି ତ କେହି ନୁହେଁ କାହାର

ଜିଇଁଥିବା ଯାଏ

ବାଣ୍ଟିବ ବାରତା ପ୍ରେମର

ସଭିଙ୍କୁ ଆଦରି

ଆଉ କରିନେଇ ନିଜଠୁ ନିଜର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract