ମନପକ୍ଷୀ
ମନପକ୍ଷୀ
ମନ ପକ୍ଷୀ ମୋର
ଆଜି ଉଡ଼େ ଫର ଫର
ଆଜି ସେ ନୁହେଁ କାହାର
କି
କେହି ଵି ନୁହେଁ ତାହାର
ସାଜିଛି ଆଜି
ବାଟବଣା ପଥିକ ସେ
ଯାଯାବର ଜୀବନକୁ ଆଦରି ନେଇଛି
ଅମଡ଼ା ବାଟରେ ପାଦ ଦେଇ
ଝୁଣ୍ଟିଛି ଆଉ ହୋଇଛି ରକ୍ତାକ୍ତ କେତେ ଥର
ନିଜର ଭାବି
ଯାହାକୁ କରିଥିଲା ନିଜର
ହୃଦୟ ହାଣି
ସପନ ଭାଙ୍ଗି
ଅଧାବାଟେ ହାତ ଛାଡ଼ି କରିଦେଲା ସିଏ ସାତପର
ହଜାଇ ନିଜକୁ
ଖୋଜି ବୁଲେ ଆଜି
ମମତାର ମନ୍ଦିର
ଜାଣିଛି ସେ
ଏଠି ତ ସମସ୍ତେ ପ୍ରେମର ଫକୀର
ସେଥିପାଇଁ ତ
ସେ ମନାଇ ନେଇଛି ତା ଅବୁଝା ମନକୁ
ଏଠି ତ କେହି ନୁହେଁ କାହାର
ଜିଇଁଥିବା ଯାଏ
ବାଣ୍ଟିବ ବାରତା ପ୍ରେମର
ସଭିଙ୍କୁ ଆଦରି
ଆଉ କରିନେଇ ନିଜଠୁ ନିଜର
