ମନପକ୍ଷୀ ଝୁରେ
ମନପକ୍ଷୀ ଝୁରେ
ଶ୍ରାବଣ ଝୁରୁଛି ମଳୟ ଝୁରୁଛି
ଝୁରୁଛି ବି ମନପକ୍ଷୀ,
ଆତ୍ମା ଵି ଝୁରୁଛି ପ୍ରାଣଵି ଝୁରୁଛି
ଝର ଝର ଝରେ ଆଖି ।
ଝଡ଼ ଆସିଥିଲା ବାତ୍ୟା ହୋଇଗଲା
ପ୍ରାଣହୀନ ଏ ଜୀବନ,
ମିଠା ମିଠା କଥା ରଚିଲା କବିତା
କିଣି ନେଇ ଗଲା ମନ ।
ତିଥି ଅମାବାସ୍ୟା ନିଃଶବ୍ଦ ଅନ୍ଧାରେ
ଝୁରି ହୁଏ ପ୍ରଣୟିଣୀ,
ଜହ୍ନ ଵି ଲୁଚିଛି ନୀଳ ଗଗନ ରେ
ଝୁରୁଛି ସେ କୁମୁଦିନୀ ।
ନିଦାଘ ର ତାତି ତପ୍ତ ମରୁବାଲି
ତୃଷ୍ଣା ରେ ଆତୁର ହୁଏ,
ସରଳ ମନଟି ବୁଝିପାରିଲାନି
ମରୀଚିକା ପଛେ ଧାଏଁ ।
ପ୍ରଜାପତି ମନ ଉଡି ବୁଲୁଥିଲା
ମଧୁର ମଧୁ ଗୁଞ୍ଜନ,
ଛଳନା ର ବିଷ ଏତେ ମିଠା ଥିଲା
ନେଇ ଚାଲିଗଲା ପ୍ରାଣ ।
ଜନ୍ମ ଜନ୍ମାନ୍ତରେ ତିନିବାର ସତ୍ୟ
ପ୍ରୀତି ବିତରିବା ପାଇଁ,
ମରଣ ଯନ୍ତା କୁ ଠେଲି ଦେଇ ସେତ
ଚାଲିଗଲା କାହାପାଇଁ ।
ସ୍ମୃତି ହୋଇଗଲା ଅତୀତ ହଜିଲା
ହଜିଲା ଵି ମନ କଥା,
ହୃଦୟ ଝୁରିଲା ମନ ହାରିଗଲା
ରହିଗଲା ଖାଲି ବ୍ୟଥା ।