ମଣିଷର ପ୍ରକୃତି
ମଣିଷର ପ୍ରକୃତି
ସ୍ନେହ ପ୍ରେମଭରା ସବୁ ମଣିଷର ମନ
ଢାଳେ ସେ ସମୁଦ୍ରେ ତାର ମନପ୍ରାଣ
ଜୀବନ ଜୀଇଁବା ପାଇଁ ଜଗତେ ସିନା
ଦରକାରି ସ୍ନେହ ପ୍ରେମ ପୂର୍ଣ୍ଣ ମନ।୧।
ବିପଦ ସାଗର ମଧ୍ୟରେ ସାନ୍ତ୍ବନାର ନାଆ
ଚିତ୍ତରେ ହର୍ଷ ମେଲି ଦିଏ
ପ୍ରୀତିର ମଙ୍ଗ ଧରି ବନ୍ଧୁଟିଏ ମୁଣ୍ଡରେ
ହାତ ରଖି ପଥ ସୁଗମ କରାଏ ।୨।
ମୋହ ମାୟାଚ୍ଛନ୍ନ ମାନବ ଜୀବନ
ପଞ୍ଚଭୂତେ ଗଢ଼ା ଶରୀର
କ୍ରୋଧାନଳ, ସନ୍ତାପ, ପଶ୍ଚାତାପ
ଥାଏ ଅନ୍ତର ଭିତର ।୩।
ମଣିଷର ପ୍ରକୃତି ସ୍ୟାର୍ଥାନ୍ୟେଷୀ,
ହୋଇ ଯାଏ କ୍ରୋଧୀ
କଂସ ମାଁମୁ ପରି ପିତା ମାତାଙ୍କୁ ବି
କରି ଥାଏ ବନ୍ଦୀ ।୪।
ପର୍ଶୁରାମ ଭଳି ମାରାତ୍ମକ ହୋଇ
ମାରି ଥାଏ ମାତାଙ୍କୁ
ଯେତେ ଆମେ ସିଦ୍ଧ କଲେ ଯେ ପିତା
କଥା ମାନିବାକୁ ।୫।
କେବେ ଅତି ଅହଂକାର ଓ ଗର୍ବିତ
ହୋଇ, ହୁଏ ଅତ୍ୟାଚାରୀ
ଜରାସନ୍ଧ ପରି ପଡୋଶୀ ରାଜାଙ୍କୁ
ରଖେ ବନ୍ଦୀ କରି ।୬।
ମନରେ ରହିଛି ଆଶା, ଭରସା
ଓ ଅସୁମାରୀ ସ୍ୱପ୍ନ
ତାର ମନର ଉପବନରେ ଆଙ୍କଇ
ପୁନେଇଁ ଜହ୍ନ ।୭।
ରହିଛି ଜିଜ୍ଞାସା, ଜାଣିବାର ଇଛା
ମନର ମଧ୍ୟରେ ଥାଏ
ଜିଜ୍ଞାସା ଏକ ବାସନା, ଜ୍ଞାନ ପାଇଁ
ଅଭିପ୍ସା, ଦରକାର ହୁଏ ।୮।
ଚାରି ପ୍ରକାରର ଲୋକ ଅଛନ୍ତି,
ଏହି ସଂସାରରେ
ମୂଢ, ଅଜ୍ଞାନୀ, ମୁମୁକ୍ଷୁ ଓ ଜ୍ଞାନୀ
ନାମିତ ସେହି ହିସାବରେ ।୯।
ମୁଢ଼ ମାନଙ୍କ ମନ ମଧ୍ୟରେ ଜିଜ୍ଞାସା
ଜନ୍ମ ହୋଇ ନଥାଏ
ସେ ତ କେବଳ ପଶୁବତ୍ ଜୀବନ
ଯାପନ କରି ଥାଏ ।୧୦।
ଅଜ୍ଞାନୀ, ଔଦ୍ଧତ୍ୟରେ ବୁଡ଼ି ସଂପୂର୍ଣ୍ଣ
ଜ୍ଞାନର ଅଧୀଶ୍ବର ବୋଲି ଭାବିଥାଏ,
ଜିଜ୍ଞାସା ଅଙ୍କୁରିତ ହୁଏନା, ଅନ୍ୟକୁ ଭୁଲ
ପ୍ରମାଣିତ କରିବା ଚେଷ୍ଟାରେ ଥାଏ । ୧୧।
ମୁମୁକ୍ଷୁ, ମୋକ୍ଷର ଆକାଂକ୍ଷାରେ କିଛି
ଧାରଣାରେ ହୋଇ ବଶୀଭୂତ
ସରଳ ଓ ବିନମ୍ର ଭାବନା ଦ୍ଵାରା,
ଜିଜ୍ଞାସା ହୁଏ ଦୂରୀଭୂତ ।୧୨।
ଜ୍ଞାନୀ ରହେ ସରଳ, ସର୍ବଦା ନୂତନ
ଶିଖିବା ପାଇଁ ଥାଏ ଉତ୍ସୁକ
ଜ୍ଞାନର କ୍ଷମତା ପ୍ରତି ଉପଲବ୍ଧ ହୋଇ
ଥାଏ, ସେ ନୁହଁ କୁପମଣ୍ଡିକ ।୧୩।
ବିଦ୍ୟାଵିହୀନ କାମ୍ୟ ଓ କର୍ମ ବଳେ
ହିଂସା, ଦ୍ୱେଷ, ମିଥ୍ୟା ଅହଂକାରେ ଚଳେ
ଆତ୍ମାକୁ ଛାଡି ଇନ୍ଦ୍ରିୟ ଦ୍ଵାରା ହୋଇ ବଶୀଭୂତ,
ମଣିଷ ଗଡେ ଦୁଃଖରେ ଏହି ଭବଜଳେ ।୧୪।