STORYMIRROR

Chittaranjan Nanda

Abstract Others

4  

Chittaranjan Nanda

Abstract Others

ମଣିଷର ବ୍ଯର୍ଥ ପ୍ରୟାସ

ମଣିଷର ବ୍ଯର୍ଥ ପ୍ରୟାସ

1 min
342


ପ୍ରକୃତିର ନିୟମରେ, ମଣିଷର, ଚେତନା ଅଛି,

ବୁଦ୍ଧି ଅଛି, ବିବେକ ଅଛି, ମନ ଅଛି, ପ୍ରୟାସ ଅଛି.


ବଡ଼ କଥା ଚିନ୍ତା କରିବାର ମନ ଓ କ୍ଷମତା ଅଛି,

ସଂକ୍ଷେପରେ, ଆମେ କୁହେ ମାନବିକତା ଅଛି.


ମନଯୋଗ ଦେଇ ନୀତି ନିୟମ ପାଳନ କଲେ, 

ନିଃସ୍ୱାର୍ଥପର ପରୋପକାରୀ ଗୁଣକୁ ଆଚରିଲେ,


ଜିଣି ପାରିବ ସମାଜରେ ସମସ୍ତଂକର ହୃଦୟକୁ, 

ସ୍ୱର୍ଣ୍ଣାକ୍ଷରରେ ନାମ ରଖିଯିଵ ତ କାଳ କାଳକୁ.


ସଂସାରରେ ସେହି ମଣିଷ ତ ଉଡାଇଛି ଧ୍ବଜା,

ଜଗତର ସଭିଏଁ ତାହାର କରିଥାଆନ୍ତି ପୂଜା.


ମୋର ଝିଅ, ମୋର ଜାୟା, ମୋର ଜନନୀ ଅଛି

ମୋର ଭଗିନୀ, ମୋର ସଖା, ମୋର ସଖୀ ରହିଛି


ଏହା ଧୃବ ସତ୍ୟ କଥା, ସ୍ୱାର୍ଥ ତ ରହିଥିଲା, ରହିବ

ବିନା ସ୍ୱାର୍ଥରେ ସମ୍ପର୍କ କେହି କାହା ସହ ନରଖିବ.


କୁହ ଯେତେ କଥା,

ମରା ମରା ଭଜି, ଦସ୍ଯୁ ରତ୍ନାକର ବାଲ୍ମିକୀ ହୋଇଲେ,

ଅଜାମ୍ବିଳ ପୁତ୍ର ନାମ ଡାକି ପାପରୁ ଉଦ୍ଧାର ପାଇଗଲେ,


ମଣିଷ, ଶୁଣି ଜାଣିଥିବା ବାଣୀ ସୃଷ୍ଟିର ଆଦ୍ୟ କାଳରୁ

ଲେଖା ହୋଇଥିବା ପୁରାଣରୁ, ଶ୍ରୃତି ଅବା ସ୍ମୃତି ମଧ୍ୟରୁ,


ପଢିଥିବା କଥା ଅବା ବେଦ ବେଦାନ୍ତରୁ, କୋରାନ ପୃଷ୍ଠାରୁ,

ବାଇବେଲରୁ, ସମସ୍ତ ଶାସ୍ତ୍ରାଦିରୁ, ଅବା ଇତିହାସ ପୃଷ୍ଠାରୁ,


ଅବଲୋକନ କଲେ ଅବା ଅନୁସନ୍ଧାନ କଲେ, 

ଜାଣିବା,


ଯେଉଁ ମଣିଷ, ଗର୍ବ କରିଛି, ଅହଙ୍କାର କରିଛି, 

ବେଇମାନି କରିଛି, ଅତ୍ୟାଚାର କରିଛି, ଅନ୍ୟାୟ କରିଛି,


ସେହି ମଣିଷର ସମସ୍ତ ପ୍ରୟାସ ବ୍ଯର୍ଥ ହୋଇ ଯାଇଛି

ସୃଷ୍ଟିର ବିଧାନରେ ପ୍ରାଚୁର୍ଯ୍ୟ ଥାଇ ସେ ପରାସ୍ତ ହୋଇଛି


ତେଣୁ,

ଭାବୁଛି ଯେଉଁ ମଣିଷ ଏଠି, ସେ ନେଇଅଛି ଅବତାର 

କରେ ରାଜନୀତି, ନାମ ନେଇ ଠାକୁର ଓ ଧର୍ମର


ସ୍ୱାର୍ଥ ତାର ଶାସନ କରିବ, କ୍ଷମତା ଓ ଯଶ ଲୋଭରେ

ପ୍ରବଞ୍ଚନା, ଭଣ୍ତତା, ଧର୍ମ ନୀତି ଜାତି ଛଦ୍ମ ଆଛାଦନରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract