STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ମଣିଷପଣିଆ

ମଣିଷପଣିଆ

1 min
195

ବୁଲି ଆସିଲି ମୁହିଁ ତମାମ ବିଶ୍ବ ବଜାରର କୋଣ ଅନୁକୋଣ

ଦେଖିଲି ମଣିଷ ନାନାଦି କିସମର ସାନନ୍ଦେ କରୁଥିଲେ ବିଚରଣ


କେତେ ଜାତି କେତେ ଉପଜାତିର ଶ୍ରେଣୀ ବିଭାଗରେ ବିଭକ୍ତ କୋଶେ କୋଶେ ଦୂରରେ ଏକ ଆରେକ ଠାରୁ ଢେର୍ ପୃଥକ।


ବର୍ଣ୍ଣଭେଦରେ ଶ୍ବେତାଙ୍ଗ କୃଷ୍ଣକାୟ ଶ୍ୟାମଳ ଲୋହିତ ପୀତ

ଶାରୀରିକ ଗଠନରେ ସୁଠାମ ପୃଥୁଳ କ୍ଷୀଣ ଖର୍ବ ବିରାଟ ।


ଲିଙ୍ଗ ବୟସ ବିଚାରରେ ନର ନାରୀ କିନ୍ନର ଆବାଳବୃଦ୍ଧ

ଆର୍ଥିକ ସାମାଜିକ ସ୍ଥିତିରେ ଧନୀ ଗରିବ ମଧ୍ଯବିତ୍ତ ବର୍ଗୀକୃତ।


ସଭିଙ୍କ ଠାରେ ଖୋଜୁଥିଲି ମୁହିଁ ଟିକିଏ ମାତର ମଣିଷପଣିଆ

କେଜାଣି କାହିଁକି ଏଇ ଶବ୍ଦଟି ଆଜି ହରାଇଛି ଆପଣାର ଅସ୍ତିତ୍ବ


ଛଳନା ପ୍ରତାରଣା କପଟ ପ୍ରପଞ୍ଚ ବିଶ୍ବାସଘାତ ମିଳିଲା ସବୁ ତ 

ଜୀବନ ବ୍ୟାପି ସାଉଁଟିଲି କେତେ ନିଆରା ଅନୁଭୂତି ଅନୁଭବ।


ମଣିଷପଣିଆ ନିରୁଦ୍ଦିଷ୍ଟ ହେବାରେ ମୁହିଁ ଯେ ଗଭୀର ମର୍ମାହତ

ତଥାପି ଏଇ ଅକିଞ୍ଚନର ଅନ୍ବେଷଣ ଆଜି ବି ରହିଛି ଅବ୍ୟାହତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract