ମଣିଷ ପଣିଆଁ କୋଉଠି !
ମଣିଷ ପଣିଆଁ କୋଉଠି !
ବିଶ୍ବ ବିହାରି କହି ଦିଅ ପ୍ରଭୁ
କାହିଁକି ତୁମର ପାତର ଅନ୍ତର ନିତି,
ମୋ ମଣିଷ ପଣିଆ ମାରିଦେଇ ତୁମେ
ଦେଉଳେ ହସୁଛ ନିତି !
ଦଇବ ଦଉଡି ଜାଣିଥିଲି ଜଗା
ମଣିଷ ତୋ ଆଗେ ଗାଇ,
ଅମଣିଷ ହାତେ କଣ୍ଢେଇ ହୋଇ ମୁଁ
ନାଚୁଛି ତାଥେଇ ଥେଇ !
ତା କଥାରେ ଆଜି ଉଠାବସା ହୁଏ
ଯେମିତି ସେ ଚାହେଁ କରେ,
ନିଜସ୍ବକୁ ସତେ ବନ୍ଧା ଦେଇସାରି
ତାର ଇସାରାରେ ଖେଳେ !
ବାଘ ଲାଞ୍ଜ ହୋଇ ଦୋହକୁ ଲୁଚେଇ
ମୁଁ ପଛରେ ଟେକୁଛି ହାତ,
ଶୃଗାଳଟାଏ ମୁଁ ହୋଇ ଥାନ୍ତି ଥରେ
କରନ୍ତି ହୁକେ ହୋଅତ !
ସବୁ ଜ୍ଞାନ ମୋର ପାଣି ଫାଟିଗଲା ସେ ଅଜ୍ଞାନୀ କଥାରେ ପଡି,
ଅଜ୍ଞାନୀର ଜ୍ଞାନ ପରି ପ୍ରକାଶଇ
ମୋ ଜ୍ଞାନ ଯାଏ ଦୁରେ ଛାଡି !
ଜଣକ କଥାରେ ଆମେ ତ ସଭିଏଁ
ହୋଈଥୁଲୁ ଉଠାବସା,
ମରି ସାରିଲାଣି ମୋ ମାନବିକତା
ପ୍ରଭୁ ଆଉ କର ନାହିଁ ଲୋକହସା !
